କବିତା

ଅଖୋଜା ଅଲୋଡ଼ା ତୁମେ

Akhojaa Alodaa Tume an odia poem by Monalisha Dash

ଦିନ ଥିଲା ଯେବେ ଆମେ ଦିହେଁ ଭିଜିଥିଲେ ପ୍ରେମର ପହିଲି ବର୍ଷାରେ
ହୃଦୟରୁ ହୃଦୟକୁ ଦୂର କରି ତୁମେ ଚାଲିଗଲା ପରେ

ଅଖୋଜା ଅଲୋଡ଼ା ତୁମେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଜିକାଲି ମୋ ପାଇଁ ଅଖୋଜା ଅଲୋଡ଼ା ତୁମେ
ହେଲେ କାହିଁକି କେଜାଣି ଯେତେ ନ ଚାହିଁଲେ ବି
ତୁମେ ଧସେଇ ପଶି ଆସ ଶବ୍ଦ ହୋଇ ମୋ କଲମମୁନରେ
ଆଉ ପଂକ୍ତି ହୋଇ ରହିଯାଅ ମୋର ପ୍ରତିଟି କବିତାରେ ।

ଦିନ ଥିଲା ଯେବେ ଆମେ ଦିହେଁ ଭିଜିଥିଲେ ପ୍ରେମର ପହିଲି ବର୍ଷାରେ
ହୃଦୟରୁ ହୃଦୟକୁ ଦୂର କରି ତୁମେ ଚାଲିଗଲା ପରେ
ଧୋଇ ଦେଲି ତୁମ ସ୍ମୃତିକୁ ମୁଁ ସେ ବର୍ଷର ଦ୍ୱିତୀୟ ବର୍ଷାରେ
ଏବେ ବି ପ୍ରତିଟି ବର୍ଷାରେ ଭିଜେ ଏକା ଏକା ମୁଁ
ଆଖିର ଲୁହକୁ ବର୍ଷାର ଟୋପା ଭାବି ପିଇ ନିଏ ମୁଁ ।

ସକାଳରୁ ସନ୍ଧ୍ୟା ଯାଏ ତୁମ ପାଇଁ ଆନମନା ହୁଏ
ଦିନ ଯାଏ ସନ୍ଧ୍ୟା ଆସେ ମନ୍ଦିରରେ ଦୀପାଳି ମୁଁ ଜାଳେ
କାହିଁକି ତୁମ ପରି ଅଖୋଜା ଅଲୋଡ଼ା ପାଇଁ
ଦିନ ରାତି ମୋ ମନ ତଳେ ନିଜକୁ ମୁଁ ଜାଳେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top