କବିତା

ଆଜି ମନେପଡ଼େ ମୋ ଗାଁ

Aaji Manepade Gaan an odia poem by Monalisha Dash

ଦୋଳବେଦୀ ପାଖ ନଡ଼ିଆଗଛମାନଙ୍କ ଫାଙ୍କରେ
ସେ ଫାଳିକିଆ ଜହ୍ନ

ଆଜି ମନେପଡ଼େ ମୋ ଗାଁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏବେ ବି ମନେପଡ଼େ ଗାଁରେ ଜେଜେବାପାଙ୍କ ଆମ୍ୱତୋଟାରେ
ପ୍ରତିବର୍ଷ ଫଗୁଣର ମହକ ନେଇ ଆସେ ବଉଳ ଫୁଲ
କୋଇଲିର କୁହୁକୁହୁରେ ସୁର ମିଶେଇ
ପିଲାଦିନେ କଷି ଆମ୍ୱ ଗୋଟେଇ ରାସ୍ତାରେ ଖାଇ ଖାଇ
ଘରକୁ ଫେରିବାର ସେ ମଧୁର ସ୍ମୃତି ଅତୁଲ୍ୟ ।

ଦୋଳବେଦୀ ପାଖ ନଡ଼ିଆଗଛମାନଙ୍କ ଫାଙ୍କରେ
ସେ ଫାଳିକିଆ ଜହ୍ନ
ଗୋଧୂଳିରେ ଗାଁ ଦାଣ୍ଡକୁ ଧୂଳି ଧୂସରିତ କରି ଫେରୁଥିବା
ଅମାନିଆ ଗାଈଗୋଠ
ପବନରେ ଅନବରତ ଦୋଳି ଖେଳୁଥିବା ଗାଁ ନଈ (ଭାର୍ଗବୀ) ପଠାର କାଶତଣ୍ଡୀଫୁଲ
ଆଜି ମନେପଡ଼େ ।

କୁମାରପୂର୍ଣ୍ଣମୀ ସନ୍ଧ୍ୟାରେ ଜହ୍ନକୁ ଜହ୍ନି ଆଞ୍ଜୁଳି ଦେଇ
ସ୍ୱପ୍ନର ରାଜକୁମାରକୁ ପାଇବାକୁ ମୋର ସେ ମାନସିକ
ଗାଁ ପୋଖରୀ (ଗାଈଗଡ଼ିଆ)ରେ ଗାଧୋଉ ଗାଧୋଉ
ତୁଠ ପଥରରେ ଗାଁର ସବୁଠୁ ସୁନ୍ଦରୀ ଝିଅର ପାଉଜିର ରୁଣୁଝୁଣୁ ସୁର ଶୁଣି
ତାକୁ ଦେଖି ବି ନ ଦେଖିଲା ଭଳି ମୋର ସେ ଅଭିନୟ ଆଜି ମନେପଡ଼େ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top