ତୁମର ନରମ ବାହୁ
ଆକର୍ଷଣ ମୋତେ ତ କରୁଛି
ତୁମେ ବାହୁରେ ଆସିଲେ
ଲାଗେ ମୋତେ
ସାଗରର କେଉଁ ଗଭୀରରୁ
ଅମୂଲ୍ୟ ରତ୍ନ ପାଇଅଛି ।
ବାହୁରେ ଆସିଲେ ତୁମେ
ହୃଦୟ ମୋ ଶାନ୍ତ ହୋଇଯାଏ
ତୁମେ ନ ଆସିବା ଯାଏ
ମନ ସମୁଦ୍ରରେ ତୋଫାନ ଉଠି ଚାଲୁଥାଏ ।
ବାହୁରେ ଆସିଲେ ତୁମେ
ବରଫ ତରଳିତ ଯାଏ
ସବୁଆଡେ ଫୁଲ ଫୁଟି ଯାଇ ଥାଏ
ପ୍ରଜାପତି ମାନେ ଉଡି ବୁଲୁଥାନ୍ତି ।
ତୁମେ ନଆସିବା ଯାଏ
ଆତୁଳ ମୁଁ ହୋଇଉଠେ
ଅତଳ ପାଣିରେ ଯେମିତି ବୁଡିିତ ଯାଉଛି
ମନରେ ବତାସ ବୋହି ଚାଲୁଥାଏ
ତୁମର ସୁନ୍ଦର ମୁହଁ
ଖାଲି ମୋତେ ଦେଖା ଯାଉ ଥାଏ
ନେଇଯାଅ ତୁମେ ତ ବାହୁରେ
ଥମି ଯାଉ ଏ ତୁମ୍ବି ତୋଫାନ
ମନ ସମୁଦ୍ରରେ ।
