କବିତା

ଅନ୍ତର ଆତ୍ମା

Pujarini Das's odia poem Antara Aatmaa

ମୂହୁର୍ତ୍ତ ସହିତ କେମିତି କଟିଯାଏ ସୁଖଦୁଃଖ ସମାବେଶର ଏକ ଖଟାମିଠା ସ୍ୱାଦର ଅନୋଖା ବନ୍ଧନର ସ୍ମୃତି
ସେ ଅମୁଲ୍ୟ ଅନୁଭବ ହିଁ ଅଟେ ମନବଳରେ ଥିବା ସାଗରମନ୍ଥନର ଏକ ଭଟ୍ଟା-ଜୁଆରର ଅଭୁଲା ମନର ପ୍ରତିଶ୍ରୁତି

ଅନ୍ତର ଆତ୍ମା

ମୁଁ ନୁହେଁ କାହାର, କିନ୍ତୁ ମୁଁ ଖୋଜେ ମୋ ନିଜ ପରିଚୟର ଉତ୍ତର
ଏ ଅଦ୍ଭୁତ ପ୍ରଶ୍ନରେ ଥାଏ କେତେକ ଅନୁଭୁତିର ଉପସଙ୍ଗାର ୧
ସେ ପିଲାଦିନର ସ୍ମୃତି ଆଉ ଜହ୍ନମାମୁଁର କାହାଣୀ ସହିତ ବେତାଳ ଗଳ୍ପର ଭୟାବହ ଅନୁଭବ
ସାଙ୍ଗସାଥିଙ୍କର ଥଟ୍ଟା ମଉଜର ନାକକାନ୍ଦୁଣି ସହିତ ନିଜକୁ ନ ଜାଣିବାର ଆଉ ଏକ ଅଭୁଲା ଆତ୍ମାର ଭାବ୍ୟ ୨
ଜାଣି ହୁଏନାହିଁ ସମୟ ସହିତ କେତେବେଳେ ବିତିଯାଏ ଛାତ୍ର ଜୀବନ ଆଉ ଯଉବନ-ପରାକ୍ରମର ଘମଣ୍ଡ
ତା ସାଙ୍ଗରେ ପୁଣି ଅନୁଭବ ହୁଏ ଏ ରଙ୍ଗବେରଙ୍ଗ ଜୀବନଟା ହିଁ ଦାୟିତ୍ତ୍ୱର ଏକମାତ୍ର ଭାରଦଣ୍ଡ ୩
ମୂହୁର୍ତ୍ତ ସହିତ କେମିତି କଟିଯାଏ ସୁଖଦୁଃଖ ସମାବେଶର ଏକ ଖଟାମିଠା ସ୍ୱାଦର ଅନୋଖା ବନ୍ଧନର ସ୍ମୃତି
ସେ ଅମୁଲ୍ୟ ଅନୁଭବ ହିଁ ଅଟେ ମନବଳରେ ଥିବା ସାଗରମନ୍ଥନର ଏକ ଭଟ୍ଟା-ଜୁଆରର ଅଭୁଲା ମନର ପ୍ରତିଶ୍ରୁତି ୪
ସତେ ଯେମିତି ଲାଗେ ସବୁ ବୁଝିଲା ପରେ ବି କିଛି ବୁଝିହୁଏ ନାହିଁ ଏ ସାଂସାରିକ ଜୀବନର ମୋହମାୟା
ପରନ୍ତୁ ମନରେ ଉଙ୍କିମାରେ ଅସୁମାରୀ ଆଶା ଆଉ କଲ୍ପନାଚିତ୍ରରେ ଥିବା ଅସରନ୍ତି ସ୍ୱପ୍ନର ଝିଲିମିଲି ପରଦାର ଛାୟା ୫
ଅନ୍ତରଆତ୍ମାର ଶକ୍ତି ହିଁ ଆମ ମନ ମନ୍ଦିରର ଥିବା ଶତସହ ମମତାର ସୂତାଖିଅର ଏକ ସୂକ୍ଷ୍ମ ଜୂଡାର ଆକୃତି
ସେ ପ୍ରକୃତି ଭିତରେ ଥାଏ କେତେଯେ ବିଭିନ୍ନତା ଆଉ ସାମଞ୍ଜସ୍ୟରେ ଗଢ଼ା ଅଭୁଜା ଗଣିତର ଏକ ସୁନ୍ଦର ସନ୍ଧିବିଚ୍ଛେଦର ପଂକ୍ତି ୬
ତଥାପି ଜାଣିହୁଏ ନାହିଁ ଏ ଅନ୍ତର ଆତ୍ମାର ଥିବା ବିଶାଳକାୟ ଚୁମ୍ବକ-ଆକର୍ଷଣର ପ୍ରଚଣ୍ଡ ପ୍ରଭାବର ସଶକ୍ତି
କିନ୍ତୁ ବେଳେ ବେଳେ ଅନୁଭବ ହୁଏ ଯେ ଆତ୍ମା ହିଁ ଜୀବନ ସ୍ରୋତରେ ଥିବା ଏକମାତ୍ର ଶକ୍ତି ସମାଧୀର ସମ୍ପତି ୭
ଅନ୍ତରଆତ୍ମାର ପ୍ରକାଶ ହିଁ ମନଦ୍ୱୀପରେ ଥିବା ସୂକ୍ଷ୍ମ ଧ୍ୱନୀର କୋଳାହଳ ସ୍ପନ୍ଦନର ଗତି ଆଉ ମନର ମୁକ୍ତି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top