କବିତା

ଅପୂର୍ଣ୍ଣତା

Lopamudra Mohanty's odia poem Apoornnataa

ସମସ୍ତଙ୍କ ହୃଦୟକୁ କରିଛି ଅକ୍ତିଆର
ସେଥିପାଇଁ ଅପୂର୍ଣ୍ଣତା କୁ କର ସ୍ୱାଗତ ,

ଅପୂର୍ଣ୍ଣତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ରେ ଜୀବନ ଅପେକ୍ଷା କରିଛି ତୋତେ
କେବେ ଦେଖା ଦେବୁ ମୋତେ
କହିବାକୁ ଅଛି ଅନେକ କଥା
କିଛି ଖଟା, କିଛି ମିଠା
ଧନ୍ୟବାଦ ର ତୁ ଅଧିକାରୀ
ତୋ ସ୍ୱାଗତ ପାଇଁ ଅଛନ୍ତି ଦୁଇ ପ୍ରହରୀ
ଜଣେ ଲୋତକ ଭରା ଆଖି ,
ଆଉ ଜଣେ ବିଷାଦ ଭରା ହୃଦୟ
ରହିଛନ୍ତି ଅନେକ ତୋ ସ୍ୱାଗତ ପାଇଁ,
ଯଦି ନ ଆସିବୁ ଆଗରୁ କହିବୁ
ଚିଠି ଲେଖିବି କପୋତ ହାତରେ ପଠେଇ ଦେବି
ବୁଝେଇଲୁ ତୁ ଅନେକ କଥା ପାଖେ ଆସିଲୁ କାନେ କହିଲୁ
ଜୀବନର ନାମ “ଅପୂର୍ଣ୍ଣତା ”
କିଏ ଏଇଠି ପୂର୍ଣ୍ଣ କିଏ ଏଠି ପୂର୍ଣ୍ଣ କଳସ !

ଅପଲକ ନୟନରେ ଅନେଇଛି ମେଘକୁ
କେବେ ବରଷିବ, ଧରା କୁ ଚୁମ୍ବନ କରିବ
ଆଉ ପୂର୍ଣ୍ଣ ହେବ ମୋ ଅର୍ଦ୍ଧ କଳସ
ଭଗବାନ ଯେଉଁଠି “ଅପୂର୍ଣ୍ଣ”, ସେଠି ପୂର୍ଣ୍ଣତାର ପ୍ରଶ୍ନ କାହିଁ ?

ରାମଚନ୍ଦ୍ର ମଧ୍ୟ କାଟିଥିଲେ ବିରହର ଦିନ ସୀତାଙ୍କ ପାଇଁ
ଦେବକୀ ନନ୍ଦନ ଥିଲେ “ଅପୂର୍ଣ୍ଣ”
ଯାଦବ ବଂଶ ଯେ ହେଲା ଧ୍ୱଂସ
“ଅପୂର୍ଣ୍ଣତା” ର ହୁଏ ପରିପ୍ରକାଶ
ସ୍ୱୟଂ ଭଗବାନ ଯେ କି ପୂର୍ଣ୍ଣତାର ଅନ୍ୟ ନାମ
ଦେଖାଉଛନ୍ତି ଦୁନିଆକୁ, କହୁଛନ୍ତି ଦେଖ ମୋତେ ଠାକୁର
ହାତ ଅଧା, ଗୋଡ଼ ଅଧା ହେଲେ ମୁଁ “ବଡ଼ ଠାକୁର”
ସମସ୍ତଙ୍କ ହୃଦୟକୁ କରିଛି ଅକ୍ତିଆର
ସେଥିପାଇଁ ଅପୂର୍ଣ୍ଣତା କୁ କର ସ୍ୱାଗତ ,
ଭଲପାଇ, ହୃଦୟ ରେ ଜାଗା ଦେଇ ଆଲିଙ୍ଗନ କର
ଜୀବନ ଦୀପରେ କର ତାକୁ ସଳିତା
ଜୀବନରେ ଆଣିବ ସେ “ପରିପୂର୍ଣ୍ଣତା ” ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top