କବିତା

ଅସହାୟ

Dr Mousumi Parida's odia poem Asahaaya

ତା ପାଇଁ ଜୀବନଟା
ଖାଲି ଗୁଡେ ବେପରୁୱା ଦୌଡ ।

ଅସହାୟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଏଠି ସମୟ ବି ଅସହାୟ..
ତାକୁ ବି ଧାଇଁବାକୁ ହୁଏ ନିର୍ଦ୍ଧଷ୍ଟ ଦିଗରେ
ଜଳିଯାଉ ସଂସାର କି
ଜରୁରୀ ଇସ୍ତାହାର
ତାକୁ କିନ୍ତୁ ଧାଇଁବାକୁ ହେବ
ଲକ୍ଷ୍ୟହୀନ ଲକ୍ଷ୍ୟ ପାଇଁ..!
ତା ପାଇଁ ଜୀବନଟା
ଖାଲି ଗୁଡେ ବେପରୁୱା ଦୌଡ ।

ପାଦରୁ ଯେତେ ରକ୍ତ ଝରୁ
ଥକିବା ମନା..
ଯେତେ ବିକଳ ଚିତ୍କାର ସବୁଙ୍କୁ
ଛାତିଚିରି ବାହାରିବାକୁ ବି କଟକଣା!
ସେ ଏମିତି ଚାଲିଛି
ଧରି ସବୁ କାମ..
ସମୟ ତ ଧାଇଁବାର ଅନ୍ୟ ଏକ ନାମ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top