କବିତା

ଭଲଲାଗେ ପିଲାଦିନ

Pragyan Paramita Samantara's odia poem Bhalalaage Pilaadina

ଭଲଲାଗେ ପିଲାଦିନ
ସାଙ୍ଗସାଥୀ ମେଳରୋ ।
ଭଲଲାଗେ ଗାଁଦାଣ୍ତ
ବାଲି ଧୂଳି ଖେଳରେ ।

ଭଲଲାଗେ ପିଲାଦିନ
ସାଙ୍ଗସାଥୀ ମେଳରୋ ।
ଭଲଲାଗେ ଗାଁଦାଣ୍ତ
ବାଲି ଧୂଳି ଖେଳରେ ।

ଭଲ ଲାଗେ ମା କୋଳ
ମଥା ରଖି ଶୋଇଲେ
ଭଲ ଲାଗେ ଜେଜେ ମା
ପାଖେ ବସିରହିଲେ ।

ଭଲ ଲାଗେ କୋଇଲିର
ମିଠା ମିଠା କାକଳି
ଭଲ ଲାଗେ ପଞ୍ଜୁରୀରୁ
ପକ୍ଷୀ ଗଲେ ମୁକୁଳି ।

ଭଲ ଲାଗେ ଶରତର
ସଫା ଜହ୍ନ ଆଲୁଅ
ଭଲ ପାଅ ସଭିଙ୍କୁରେ
କୁ ସଙ୍ଗକୁ ନଯାଅ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top