ବିନା କାନ୍ଥରେ ଘର ଏକ କରି, ତାର ଛାତ ଉପରେ ମୁଁ ବସିଛି
ଚତୁଃପାର୍ଶ୍ଵରେ ମୋର ମଞ୍ଜରୀ ବର୍ଣ୍ଣର ଲହରୀ ସବୁ ଉଠୁଛି
ପୂର୍ଣ୍ଣ ନିଦ୍ରାରେ ଦାହ ହେବାକୁ ଲାଗି, ମର ଶରୀରଗୁଡିକ ପଡ଼ିଛି
ସମୀର ସ୍ପର୍ଶରେ ଏକ ଶିଥିଳତା ସ୍ୱର୍ଗଦ୍ୱାର ପରି ଲାଗୁଛି
ଗେରୁଆ ରଙ୍ଗର ଲହରୀରୁ ଆଜି ଏକ ଧୁମ ବାହାରୁଛି
ନୀଳ ଆକାଶରେ କଳା ରଙ୍ଗ ମିଶି, ମଳିନ ମଳିନ ଦିସୁଛି ।
ଘିଅ ସଲିତା ପରି, ପାଞ୍ଚ ଭୂତଙ୍କ ଶରୀର ଅଗ୍ନିର ବାହୁରେ ଲିନ ହୋଇଛି ।
ଚାରିପାଖେ ଖାଲି “ଓମ୍ ଶାନ୍ତି ଓମ୍ ଶାନ୍ତି” ଶୁଭୁଛି ।
ଅଛିଂହ ଆତ୍ମା ପାଇଁ ଅଜଣା ଲୋକରେ, ସ୍ଵର୍ଗକୁ ପ୍ରସ୍ଥାନ ପହଞ୍ଚିଛି ।
କିଶୋର, କିଶୋରୀ, ବୃଦ୍ଧ, ଯୁବକ – କେଜାଣେ କାହାର ବୟସ
ଶ୍ଵେତ ରଙ୍ଗ ପରିଧାନ କରି ସମସ୍ତେ ଶୋଇଛନ୍ତି, ନୟନ ଦେଖୁଛି ଏ ଦୟସ
ରଖିଥିବେ କେତେ ଧନ-ଦୌଲତ; ରଖିଥିବେ କେତେ ଯଶ
ରହିନାହିଁ କିଛି, ରହିବ ନାହିଁ, ଧୂଆଁରେ ଉଡେଇ ପାଉଁଶ କରିବ ଏ ନିଆର ଧାସ
କିଏ କରିଥିଲେ କେତେ କୁକାମ ? ଆଉ କିଏ କରିଥିଲେ କେତେ ମହତ୍ କାମ ?
ଶ୍ଵେତ ବସ୍ତ୍ର ଧରି ଶୋଇଛନ୍ତି, ଯୁଇରେ ଶୁଭୁଛି; କେବଳ ସତ୍ୟ ହେଲା ରାମ ନାମ
ଏହି ସେହି ସରଗ ଦୁଆର, କେତେ ଗାରିମା ଯାହାର
ଜୁଇ କାଠ ଉପରେ ଶୋଇ ରହି, ଆଜି ଗାଉଛି ତା’ ଗୁଣ ହଜାର ।
