କବିତା

ବିଚଳିତ ଦୃଷ୍ଟି

Ashok Biswal's odia poem Mana Aakaashara Jahna

ଦେଖି ଛଳନା କରୁଥିଲ କି ତୁମେ
ଏତେ କଠୋର କେମିତି ତ ହେଲ
ମନ ମୋର ଭାଙ୍ଗିଗଲା
ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ।

ବିଚଳିତ ଦୃଷ୍ଟି

ସେଦିନ ତୁମେ ଦେଖିଲନି
ରହିଥିଲି ତୁମକୁ ଅନାଇ
ଆଡ ଆଖିରେ ତୁମେ ଅନାଇଲ ନାହିଁ
ଏତେ କଠୋର ହେଲ ତ କେମିତି
ମନ ମୋର ଭାଙ୍ଗିଗଲା
ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ।

ରହିଥିଲି ତୁମକୁ ଅନାଇ
ଆଖି ମୋର
ତୁମ ରୂପକୁ ଦେଖି ଚାଲୁଥିଲା
ତୁମେ କିନ୍ତୁ ଅନାଇଲ ନାହିଁ
କେମିତି ପାରିଲନି ଦେଖି
ଥିଲି ତୁମର ଏତେ ତ ପାଖରେ ?

ଦେଖି ଛଳନା କରୁଥିଲ କି ତୁମେ
ଏତେ କଠୋର କେମିତି ତ ହେଲ
ମନ ମୋର ଭାଙ୍ଗିଗଲା
ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ।

ଅନ୍ୟ ସହ ହସି କଥା ହେଉଥିଲ
ତୁମେ ଅନାଇଲ ନାହିଁ ମୋତେ ତ ଟିକିଏ
କେମିତି ହସିପାର ମୋ ବିନା ତୁମେ
ତୁମ ବିନା ହସି ମୁଁ ପାରେନା
ତୁମ ବିନା ଆଉ କିଛି ଭାବି ମୁଁ ପାରେନା ।

ଅନାଇଲନାହିଁ ସେଦିନ ତ ତୁମେ
ଏତେ ପାଖରେ ଥିଲି ତ ତୁମର
ଆଖି ଆଗରୁ ତୁମକୁ କରୁ ନଥିଲିତ ଦୂର
ମୋତେ ତୁମେ ଦେଖିଲନି
ମନ ମୋର ଭାଙ୍ଗିଗଲା
ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ।

ଏତେ କଠୋର ହେଲ ତ କେମିତି
ଭୁଲି ଗଲଣି ମୋତେ କିବା ଆଉ
ବଂଚି ପାରିବନି
ମୋର ଆତ୍ମା ତୁମର ପାଖରେ
ତୁମ ବିନା ଆଉ କିଛି ଭାବି ମୁଁ ପାରେନା
ତୁମ ବିନା ଛଟ ପଟ ମୁଁ ହେଉଅଛି
ମନ ମୋର ଭାଙ୍ଗିଗଲା
ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ।

ଫେରିଆସ ବାହୁକୁ ମୋହର
ହୃଦୟ ମୋ ଶାନ୍ତ ହୋଇଯାଉ ।

(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top