-: ପୂର୍ବରୁ :-
କେମିତି ଏତେ ନିଷ୍ଠୁର
ତମେ ହୋଇପାର ?
ଜଣଙ୍କ ଲୁହ କେବଳ
ଗୁରୁତ୍ବ ପାଇବ,
ଆଉ ଜଣଙ୍କ ଲୁହ କଣ
କେବଳ ନିରୋଳା ପାଣି ?
ମନେ ପକାଇଲେ
ଦୁଶୁଛି ଖାଲି
ଗୁଡେ ବିଶ୍ୱାସଘାତକତା ।
ଭଲ କଣ ଆଉ କିଛି ବି
ମନରେ ନାହିଁ ।
ଏତେ ଅପମାନ କେବେ
କେହି ବି କରିନାହାନ୍ତି ।
ତମେ ମୋ ମାନ କି
ମନ କିଛି ବି ରଖିଲନି ।
ଏବେ ତ ମୋ କ୍ଷତ
ସେମିତି ସତେଜ ରହିଛନ୍ତି ।
ଅଉ କିଛି କହିବାର ନାହିଁ,
ଏ କଷ୍ଟ ବି ଲିଭିବାର ନାହିଁ ।
ତମ ଭଲପାଇବାଠାରୁ
ତମ ଘୃଣା ଓ ବିରକ୍ତି
ସତରେ ଖୁବ୍ ତୀବ୍ର ।
ଆଉ କଣ ସେ ସ୍ଥିତି ଅଛି ?
ଆଖିମୁଦି ଭରଷା କରୁଥିଲି,
ଯାହା କହୁଥିଲ ସବୁକୁ
ବେଦବାକ୍ୟ ବୋଲି ଭାବୁଥିଲି ।
ଏମିତି କେମିତି
ମୋ ସରଳ ମନରେ
ନିଆଁ ଲଗାଇ ପୋଡିବାକୁ
ଛାଡିଦେଇ ପାରିଲ ?
ଏବେ ତ କିଛି ନାହିଁ ସେଠି,
ଖାଲି ବିଶ୍ୱାସ ଘାତକତା
ସହି ସହି ସୃଷ୍ଟି ହୋଇଛି
ବୃହତ୍ ଦୃଣଟିଏ ସେଠି ।
ଏମିତି ବାରମ୍ବାର ଭାଙ୍ଗନା
ସେଇ ସୁନ୍ଦର ମନଟିକୁ,
ହୁଏତ ହଜିଯିବ କିଛି
ସବୁଦିନ ପାଇଁ ।
