କବିତା

ପ୍ରେମସଳିତା

Prasanta Kumar Behera's odia poem Premasalitaa

ତେଜିଦେଲି, ଦେଖ
କିପରି ଜଳୁଛି
ସଳିତା ମୋ ରସସ୍ନାତା

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବିସ୍ମିତ ହୁଏ ଯେତେବେଳେ ପଢେ
କେଉଁ କବିର ପ୍ରେମଭିଜା ରସାଳ
କେଇ ଧାଡି

ବିସ୍ମିତ ହୁଏ ସେ କେଉଁଠୁ ତୋଳିଛି
ସୁନ୍ଦର ଶବ୍ଦ ଉପମା ତୁଳନା
କେଉଁ ମନ୍ତ୍ର ପଢି

ମୋ ପ୍ରେମ କଣ ଏତେ ଦୁର୍ବଳ
ଏତେ ଶକ୍ତିହୀନ ରସଶୂନ୍ୟ
ଦୀପ୍ତିହୀନ !

ତେବେ ମୁଁ ତୋଳିପାରୁନାହିଁ
କାହିଁକି ଗୋଲାପ ସେବତୀ
ଫୁଲମାନ ?

କାହିଁକି ଗୋଟିଏ ଦୁଇଟି ଗୀତରେ
ମରିଯାଏ ମୋର କଳ୍ପଲତିକା
ସରିଯାଏ ମୁଁ ?

କାହିଁକି ସେ କବି ରସିକଟି ପରି
ଖଞ୍ଜି ପାରୁନି ମୁଁ କବିତାରେ
ଛଳଛଳ ଶବ୍ଦ ମୋ ହୃଦୟର
ପ୍ରେମ କୁହୁ ?

ନା, ନା, ସରିନାହିଁ ଦୀପରୁ ମୋର
ମୋ ପ୍ରେମର ଦୀପ୍ତ
ସଳିତା

ତେଜିଦେଲି, ଦେଖ
କିପରି ଜଳୁଛି
ସଳିତା ମୋ ରସସ୍ନାତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top