କବିତା

ଦଗ୍ଧ ଚିତା

Ajay Kumar Nandi's odia poem Dagdha Chita

ଜିଇଁଚି ସେ ତା କର୍ମ କରି
ଜନନୀର ବରପୁତ୍ର ସାଜି,

ହାତ ଠାରି ଡାକେ ଗାଁ ଦାଣ୍ଡ
ଡାକେ ମଧ୍ୟ ନଈ, ପାହାଡ଼
ପଚାରେ…କେଉଁଠି ଅଛୁତୁରେ ଚପଳ ବାସୀ ।

ରାତିର ଗାଡ଼ ଅନ୍ଧାରେ କୁଆଡେ ଯାଉଚୁ ଆଜି
ଅଦମ୍ୟ ସାହସ ଦେଖେଇ କହିଲା ନୌକା ବାହିବା ପାଇଁ
ଏଡିକି ଟୋକା ତୁ ନାହିଁକି ତୋର ଡର ଭୟ
ନିଦୁଆ ଆଖିରେ ବସିଲା ସେଇଠି ପଝାରୀ ପାଇବା ପାଇଁ ।

ଦେଖୁ ଦେଖୁ ସେପଟୁ ଆସିଲା ରାବଣା ଫୌଜଦଳ
କହିଲା ସର୍ଦ୍ଧାର ପାରିକରିଦେ
ମାପ କରିଦେବି ତୋ ଜୀବନ
ସାହସୀ ମୁହେଁ ହସିକହିଲା
ଏମାଟିରେ ଫିରଙ୍ଗି ଦେବୁନି ପସାଇ ।

ଛୋଟିଆ ହାତେ ବାହିଲା ନାଆ ଦୁରୁଁ ଦୁରୁଁ ଯିବା ପାଇଁ
ଏତକ କଥାରେ ଛୁଟିଲା ବନ୍ଧୁକ ମୁନରୁ ଗୁଳି
ଦେଖୁଁ ଦେଖୁଁ ଟଳିଲା ସେ କାଳ କାଳ ପାଇଁ ।

ଶୁଣିଲି,
ବନ୍ଧୁକ ମାଡ଼ରେ ଫାଟି ଯାଇଛି ଛାତି
ସେ ଶବ୍ଦରେ ଭୁଶୁଡି ଛି ମୋ ଅଙ୍ଗରାଜି
ଜିଦର ଉଷୁମ ରକ୍ତରେ ରକ୍ତେଇ ଛୁ ମୋ ପାଣି
ତୋ ରକ୍ତଭିଜା ପାଦସ୍ପର୍ଶରେ ଉଛୁଳେ ଧୂଳି ।

ଧନ୍ୟ ଧନ୍ୟ ମାତା
ଜନମ ଦେଇଛି ସେ କ୍ଷତ୍ରୀୟକୂଳ ନବଭାନୁ
ବାଳୁତରାମ କୁ ଉତ୍କଳେ….. ।

ମରିବା ପାଇଁ ଜନ୍ମ ମଣିଷର
ସଦା ଏ ମାଂସ ହୋଇବ ମାଟି,
ଏ ବୀର ମାଟିରେ ଆରମ୍ଭ କରି ରଣ
ଯାଇଛି ସେ ଶହୀଦ୍ ହୋଇ ।

ମଶାଣିର ଜ୍ୱଳନ୍ତ ଚିତା ଦେଖି
ଜାଗିଲେ ସତ ସତ ଉତ୍କଳ ବାସୀ
ଫିରିଙ୍ଗିଆଙ୍କ ଚିତା ଜାଳିବାପାଇଁ ।

ନଦେଖି ସ୍ୱପ୍ନ ପୂରଣ କରିଛି
ଉତ୍କଳ ଜନନୀ ପାଇଁ,
ଅକ୍ଷୟ ରହୁ ତୋ ଅବଦାନ
ନବୀନ ନରଙ୍କ ପାଇଁ ।

ଜିଇଁଚି ସେ ତା କର୍ମ କରି
ଜନନୀର ବରପୁତ୍ର ସାଜି,
ଧର୍ମ ଅକ୍ଷ୍ୟରେ ଲେଖି ବିଦ୍ରୋହ ଇତିହାସ
ଅମୃତ ଅମର ହୋଇଛି…ବାଜିଆ ରାଉତ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top