ଅଭିଳାଷା ନାହିଁ ମୋର ପ୍ରଖ୍ୟାତ ହେବାକୁ,
ଆପଣ ମୋତେ ଜାଣନ୍ତି – ବାସ୍ ଏତିକି ଯଥେଷ୍ଟ ।
ଭଲମାନେ ଭଲ ଓ ମନ୍ଦମାନେ ମନ୍ଦ ବୁଝନ୍ତି ମୋତେ ।
ଆବଶ୍ୟକତା ଅନୁସାରେ ଯିଏ ଯେତିକି ଚାହିଁଲା ସେ ସେତିକି ହିଁ ବୁଝିଲା..!
କେଡେ ବିଚିତ୍ର ଏ ଜୀବନ ଦର୍ଶନ !
ସନ୍ଧ୍ୟା କଟେ ନାହିଁ, କିନ୍ତୁ ବର୍ଷ ବିତି ଯାଏ..!
ଅଜବ ଦୌଡ଼ ଏ ଜୀବନ !
ଜିତିଗଲେ କିଛି ଆପଣାର ପଛରେ ରହିଯାନ୍ତି,
ହାରିଗଲେ ନିଜରମାନେ ହିଁ ପଛରେ ଛାଡିଯାନ୍ତି !
ବେଳେବେଳେ ମାଟି ଚଟାଣ ଉପରେ ବସିପଡେ ,
ମୋତେ ମୋର ସ୍ଥିତି ଭଲ ଲାଗେ ।
ମୁଁ ସମୁଦ୍ରଠାରୁ ଜିଇଁବାର କୌଶଳ ଶିଖିଛି-
“ଚୁପଚାପ୍ ବହିବା ଓ ନିଜ ମଉଜରେ ରହିବା” ।
ମୋ ଭିତରେ ଅବିଗୁଣ ନାହିଁ – ଏମିତି ଜମା ନୁହେଁ, କିନ୍ତୁ ସତ କହୁଛି – ମୋ ଭିତରେ ଛଳନା ନାହିଁ ।
ମୋ ଏ ଅନ୍ଦାଜ୍ ପାଇଁ ଶତ୍ରୁମାନେ ଈର୍ଷା କରନ୍ତି !
ଦୀର୍ଘ ସମୟ ଅତିକ୍ରାନ୍ତ – ନା ମୁଁ ପ୍ରେମ ବଦଳାଇଛି ନା ବନ୍ଧୁତା !
ଗୋଟେ ଘଣ୍ଟା କିଣି ହାତରେ ବାନ୍ଧିଲି ବୋଲି
ସମୟ ମୋର ପିଛା ହିଁ ପଡିଗଲା !
ଭାବିଥିଲି ଘରଟେ ବନେଇ ଶାନ୍ତିରେ ବସିବି,
ହେଲେ ଘରର ଆବଶ୍ୟକତା ମୋତେ ପଥିକ ବନେଇ ଦେଲା !!
ଶାନ୍ତି ବିଷୟରେ କିଛି କୁହ ନାହିଁ ।
ପିଲାବେଳର ସେ ରବିବାର (ଛୁଟି) ଏବେ ଆଉ ନାହିଁ !
ଜୀବନର ଘୋଡା-ଦୌଡ଼ରେ ସମୟ ସହ ରଙ୍ଗ
କାହିଁକି ହଜିଯାଏ ?
ହସ ଖେଳର ଜୀବନ ବି ନିହାତି ମାମୁଲି ପାଲଟିଯାଏ !!
ଗୋଟେ ସକାଳ ହେଉଥିଲା,
ଯେବେ ଖୁସିରେ ଉଠୁଥିଲି ବିଛଣାରୁ,
ଆଉ ଆଜି.. ବିନା ହସରେ ସନ୍ଧ୍ୟା ହୋଇଯାଏ !
ସମ୍ପର୍କ ନିଭେଇବା ଆଳରେ କେତେ ଦୂରତା ଅତିକ୍ରମ କରିଗଲି,
ଆତ୍ମୀୟମାନଙ୍କୁ ପାଇବା ଚକ୍କରରେ ନିଜକୁ ହିଁ ହଜାଇ ଆସିଲି !
ଲୋକେ କହନ୍ତି – ମୁଁ କାଳେ ବହୁତ୍ ହସେ ।
କିନ୍ତୁ ମୁଁ ଖୁବ୍ କ୍ଲାନ୍ତ , ଦୁଃଖକଷ୍ଟକୁ ନିଜ ଭିତରେ ସାଇତି ରଖେ ।
ଖୁସି ଅଛି, ସମସ୍ତଙ୍କୁ ସୁଖୀ କରି ।
ନିଜ ପାଇଁ ବେପରୁଆ ହେଲେ ବି ସମସ୍ତଙ୍କ ଯତ୍ନ ନେଇ ପାରୁଛି ।
ଜାଣିଛି ମୋର କିଛି ମୂଲ୍ୟ ନାହିଁ ,
ତେବେ ବି କିଛି ମୂଲ୍ୟବାନ ଲୋକଙ୍କ ସହିତ ସଂପର୍କରେ ଥାଏ … ।
(ସମାଜିକ ଗଣମାଧ୍ୟମ ସ୍ରୋତରୁ, ଓଡ଼ିଆ ଅନୁସୃଜନ- ଡ. ମୌସୁମୀ ପରିଡା)