କବିତା

ଧନ୍ୟ ତୁମ ଭାବନା

Pravat Kumar Muduli's odia poem Dhanya Tuma Bhabanaa

ମୋ ଇଚ୍ଛା ଅନୁସାରେ ଡ୍ରେସ ପିନ୍ଧିବିନି ମୁଁ ଝିଅଟେ ବୋଲି
ମୁଁ ମୁହଁକୁ ଟେକିକି କଥା କହିବିନି ମୁଁ ଝିଅଟେ ବୋଲି

ଧନ୍ୟ ତୁମ ଭାବନା

ମୁଁ ଲାଜର ଫୁଲ ମୋତେ ଛିଡ଼େଇଦେଲ ତୁମ ପରିବେଶ ଶୋଭା ତୁମେ ଭାଙ୍ଗିଲ
ମୋତେ ନେଇ କେତେ କଥା ଆଙ୍କିଲ ମନ ଇଚ୍ଛା ଗାଳି ବରଷିଦେଲ
ସ୍ୱାଧୀନତା ବେଡି ଗୋଡ଼ରେ ମୋ ବାନ୍ଧି ଆଗକୁ ବଢ଼ିବା ବନ୍ଦ କରିଲ …”କାରଣ”
ରାତି ବାରଟାରେ ଚାଲି ପାରିବିନି ମୁଁ ଝିଅଟେ ବୋଲି
ମୋ ଇଚ୍ଛା ଅନୁସାରେ ଡ୍ରେସ ପିନ୍ଧିବିନି ମୁଁ ଝିଅଟେ ବୋଲି
ମୁଁ ମୁହଁକୁ ଟେକିକି କଥା କହିବିନି ମୁଁ ଝିଅଟେ ବୋଲି
ମୁଁ ପୁଅ ସାଙ୍ଗ ସହ କଥା ହେବିନାହିଁ ମୁଁ ଝିଅଟେ ବୋଲି
ଅଧିକ ପାଠ ବି ପଢ଼ିପାରିବିନି ମୁଁ ଝିଅଟେ ବୋଲି
ମୋ ଜୀବନ ସାଥି ମୁଁ ବାଛି ପାରିବିନି ମୁଁ ଝିଅଟେ ବୋଲି
ଏମିତି କେମିତି ଦେଖୁଛି ସମାଜ ଏତେ ଉଚ୍ଚ ଶିକ୍ଷା ପାଇକି
ଭାଷଣ ଦିଅନ୍ତି ସଭା ସମିତିରେ ସବୁ କଥା ଭୁଲି ଯାଇକି
ଆମେ ଭାଷଣରେ ନୁହେଁ ସତରେ ଚାଁହୁଛୁ ରଖ ତୁମେ ତାକୁ ସାଇତି
ବଦଳାଅ ତୁମ ଚିନ୍ତାଧାରା ମାନ ନୀଚ୍ଚ ମନା ନ ହୋଇକି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top