କାହିଁକି କରୁଛୁ ବୃଥା ଏ ଜୀବନ,
ଧନ, ଜନ ପଛେ ଧାଇଁ ଧାଇଁ,
କାଲି ଥିବ କି ନଥିବ ପିଣ୍ଡିରେ ତୋ ପ୍ରାଣ,
ବଞ୍ଚିଯା ଆଯିକ ପାଇଁ ।
ମୋର ମୋର କହି ସୋଇଥିବ ଦିନେ,
ତୋ ଶରୀର ମର ହୋଇ,
ମୋର ମୋର ବୋଲି କହୁଛୁ ଯାହାଙ୍କୁ,
ତୋ ସାଥେ ନଜିବେ କେହି ।
ନଖାଇ ନପିଇ ସଞ୍ଚିଚୁ ଯା’ପାଇଁ,
ତୋ ମୂଖେ ନିଆ ଦେବ ସେହି,
ସେହିମାନେ ତୋତେ ଘରୁ ବହିନେବେ
କହୁଛୁ ଯାହାକୁ ବନ୍ଧୁ, ଭାଇ ।
ଆସିଥିଲୁ ଦିନେ ଏ ଧରାକୁ ତୁ
କେବଳ ନିଶ୍ବାସକୁ ସାଥେ ନେଇ,
ଗଲାବେଳକୁ ସେହି ନିଶ୍ବାସ ଟି ମଧ୍ୟ
ଶୂନ୍ୟେ ଯିବ ଲୀନ ହୋଇ ।
ଅର୍ଜିଛୁ ଯାହା ବିତ୍ତ, ଧନ, ଯାରା, ସୂତ
ସବୁ ଅଢ଼େଇ ଦିନର ପାଇଁ,
ସୁକର୍ମ ବଳେ ଅର୍ଜିବୁ ଯେ ନାମ
କେବଳ ତୋସାଥେ ଥିବ ସେହି ।
ନାମ ନିଶ୍ଵାସର ଏ ଜୀବନେ,
ଏତେ ଗର୍ବ ଅହଙ୍କାର କାହିଁ ପାଇଁ,
ନିଶ୍ୱାସର ପବନ, ଧରିଥିବା ନାମ
ସେ ମଧ୍ୟ କାହାର ଦାନ ଅଟଇ ।
ସତ୍ୟରେ ଜନମ ସତ୍ୟରେ ମରଣ
ସତ୍ୟ ଚୀର କାଳ ଥିବ ରହି,
ମିଥ୍ୟା ଏକ କଳ୍ପନାର କଳା ବାଦଲ
ଆଉ ନିଛାଟିଆ ମରୁଭୂଇଁ ।
ଆସୁ ଯେତେ ଝଡ଼, ଶତ୍ରୁ ଯେତେ ବଡ଼
ନତମସ୍ତକ ହେବ ସେହି,
ମିଥ୍ୟା ରେ ପଥଭ୍ରାଷ୍ଟ ନହୋଇ
ଯଦି ସତ୍ୟ ପଥେ ଥିବୁ ରହି ।
କ୍ଷଣ ସ୍ତାୟୀ ଅଟେ ଧରାରେ ଏ ଜୀବନ,
ଏଇ ଅଛି ଏଇ ନାହିଁ,
ସମସ୍ୟା ତ ସଂସାରେ ଚୀରସ୍ଥାୟୀ,
ଡରି ପଛଘୁଞ୍ଚା ଦେଉ କାହିଁ ?