ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ତୋ ସମ୍ମୋହନ ଶକ୍ତିରେ
ସୃଷ୍ଟିହୁଏ ନୀଳାଭ ସାଗରରେ
ଜ୍ୟୋତିର ସ୍ପନ୍ଦନ,
ଅପସରି ଯାଏ ପୃଥିବୀର
ସମସ୍ତ ଅନ୍ଧକାର
ମନୁଷ୍ୟର ପାପ କଳ୍ମଷ
ଏବଂ ନିପାରିଲା ପଣିଆର
ସାରା ଅବଶୋଷ
ତୁ ଉଭା ହେଉ ଧରାରେ ତ
ହସେ କାଶତଣ୍ଡୀ ସମଗ୍ର
ପବନରେ ଲାଗେ ଡେଣା
ପତ୍ରରେ କମ୍ପନ,
ଝରଣାରେ ସୁର ଆଉ
ଖୁସିର ସପନ
ସୁରଭିତ ମନ ତଳେ
ତୋ ନୂପୁରର ନିକ୍ୱୋଣ
କରେ ଝଙ୍କୃତ
ଭକ୍ତିର ଅର୍ଦ୍ଧାଞ୍ଜଳୀ ତ
ହାତରେ ମୋର
ସମର୍ପଣ, ପ୍ରେମ ଏବଂ ଭକ୍ତିର
ସୁନ୍ଦର, ପୁଷ୍ପାଞ୍ଜଳୀ
ମା’ ତୋ ଗୁଣଗାରିମା,
ମୁହଁ କହିବାକୁ କି ଛାର ମାତର
ତୋ ଆଗମନାରେ, ଶୁଷ୍କ ଭୂଇଁ
ହୁଏ ପରିପୂର୍ଣ୍ଣ
ଏବଂ ମନ ଦେହ ସବୁ ଖୋଜେ
ତୋ ଆଶିଷ ମାତର ।
