ଏବେ ଆଉ ଏମିତି ସମୟ ନାହିଁ
ଯୋଉଠି ନିଃଶ୍ୱାସ ନେଇପାରିବି
ମୁହୂର୍ତ୍ତଟେ ଶାନ୍ତିରେ ।
ଏବେ ଆଉ ଏମିତି ଜାଗା ନାହିଁ
ଯୋଉଠି ଆସ୍ୱାଦନ କରିପାରିବି
ଜୀବନ ଆହ୍ଲାଦ ଅନାୟାସରେ ।
ଏବେ ଆଉ ଏମିତି କେହି ନାହାନ୍ତି
ଯାହା ସହ ବାଣ୍ଟିପାରିବି
ସୁଖ ଦୁଃଖ ନିଃସଂକୋଚରେ ।
ଏବେ ଅପେକ୍ଷା କରୁଛି ଅତଡ଼ା ଖସିବା ପାଇଁ
ଏବେ ଆଉ ଆଶିଷ ମାଗୁନାହିଁ
ଏବେ ଆଉ ଆୟୂଷ ମାଗୁନାହିଁ ।
ଏବେ ହାତ ପତେଇ ମାଗେ ତ
ମାଗେ ଅନ୍ଧକାର, ମାଗେ ଅବଶେଷ
ଏବେ ତଣ୍ଟି ଫଟେଇ ଡ଼ାକେ’ ତ
ଡାକେ ଲୁହକୁ ଡାକେ ମୃତ୍ୟୁକୁ ।
ତଥାପି କିଛି ମିଳେନି
ତଥାପି କେହି ଶୁଣନ୍ତିନି
ଶୁନ୍ୟ ଆକାଶରେ ମିଳେଇଯାଏ
ମୋ ଡାକ…