ସହଜରେ
ପର ହେଇଯାଉଥିବା
ଆପଣା ଲୋକମାନଙ୍କର
ଏଇ ପୃଥିବୀରେ
ନିଜର ବୋଲି
ପରଟିଏକୁ ପାଇବା
ତାଙ୍କୁ ପାଇବା ପରି !
ତେଣୁ
ଦୁଃଖ ହୁଏ
ଅସାବଧାନତାରେ
ଅକର୍ମଣ୍ୟତାରେ
ଲାଜରେ
ମିଛ ମିଛ ରାଗରେ
ରୋଷରେ
ଅଜାଣତରେ
ଦୂର ହେଇଗଲେ
ପରଟିଏ ଭିତରେ ଛପିଥିବା
ନିଜ ଲୋକ !
ଯେଣୁ
ହଜିଗଲେ ଥରେ
ଆଉ ମିଳେ ନାହିଁ
ଆର ଜନମରେ
ଏ ଜୀବନ
ଜୀଇଁ ହୁଏ ନାହିଁ !
