ଭସା ଭସା ମେଘ ସାଥେ ଭାସି ବୁଲୁଥାଏ
ଜହ୍ନ ମାମୁଁ ପାଖେ ଯାଇ ବସି ହସୁଥାଏ
କୋଇଲି ସାଥିରେ ବସି ଗୀତ ଗାଉଥାଏ
ମୟୂରୀ ସାଥିରେ ଥାଇ ନାଚି ବୁଲୁଥାଏ
ଇନ୍ଦ୍ରଧନୁ ରଂଗ ଆଣି ବୋଳି ହେଉ ଥାଏ
ହରିଣ, ଠେକୁଆ ସହ ଯାଇ ଖେଳୁ ଥାଏ
ବିହଙ୍ଗ ସାଜି ମୁଁ ଦୂରେ ଉଡିଯାଉଥାଏ
ମୀନ ସହ ଜଳରେ ମୁଁ ପହଁରୁଥାଏ
ଫୁଲ ସହ ଆନନ୍ଦରେ ମିତ ବସୁଥାଏ
ତାରାଙ୍କୁ ଓହ୍ଲେଇ ଆଣି ବେଣୀ ବାନ୍ଧୁଥାଏ
ମୁରୁକି ମୁରୁକି ହସି ଲାଜ କରୁଥାଏ
ଚାହାଣୀରେ ମନକୁ ମୁଁ କିଣିନେଉଥାଏ
ସଭିଙ୍କୁ ମନକଥା ଖୋଲି କହୁଥାଏ
କେହି ଯଦି ପଚାରଇ ଅଟତମେ କିଏ?
ଜାଣେନା ମୁଁ କିଏ ବୋଲି କହିଦେଉଥାଏ…
