ଅମୁଲ୍ୟ ମୂଳ ଯେ ଜୀବନଟା ଆମ
ନୁହେଁ କେବେ ଖେଳ ଘର
ନିସ୍ଵାର୍ଥ ମନରେ କର୍ମ କରିଯିବା
ନ ହୋଇବା ସ୍ୱାର୍ଥ ପର ।
ଦୁନିଆଁ ଭିତରେ ଚଲିବାକୁ ହେଲେ
ମଣିଷ ପଣିଆଁ ଲୋଡ଼ା
ଲୋଭ ମୋହମାୟା ଛାଡି ଦେଲେ ଆମେ
ମଣିଷରେ ହେବା ଗଢ଼ା ।
ଜନମିଛେ ଆମେ ମରିବା ନିଶ୍ଚୟ
ମିଛେ କାହିଁ ଅଭିମାନ
ସୁକର୍ମ ବଳରେ ବଳିଆନ ହେବା
କୂକର୍ମେ ହୋଇବା ହିନ ।
ଛାଡି ଅହଂ ଭାବ କାମନା ଲାଳସା
ବଦଳାଇ ନିଜ ମତି
ସ୍ନେହ ଶ୍ରଦ୍ଧା ଦେବା ସଭିଙ୍କ ମନରେ
ନିଶ୍ଚୟ ମିଳିବ ଶାନ୍ତି ।
ମାନବ ଜୀବନ ଦୁର୍ଲଭ ଜୀବନ
ନକରିବା ଅପକୀର୍ତି
ଦୁନିଆଁ ଆଖିରେ ମଣିଷଟେ ହେବା
ସଂସାରେ କରିବା ଅଗ୍ରତି ।