କବିତା

ନର୍ତ୍ତକୀ …..

Belabhumi's odia poem Narttaki

ନିଷ୍ଠୁର ସମୟ ନିହାଣ ପରଶେ

ଭଗ୍ନ ସେ ସ୍ମୃତି ରାଜି

ହେଲେ……..

ସେଇ ଶିଳା ଅଛି ଆଉ ଅଛ ତୁମେ

ଶିଳ୍ପୀ ଯାଇଛି ହଜି।।

ନର୍ତ୍ତକୀ .....
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଉ କି ହେବନି ଝଙ୍କୃତ ଆଗୋ
ନୂପୁରୁ ନିକ୍ୱଣ ତବ
ଫେରିବନି କିସେ ଅଫେରା ଅତୀତ
ଚାରୁକଳା ବୈଭବ ,
ସାଇଁ ସାଇଁ ଖାଲି ଝାଉଁ ପତ୍ରର
-ସୁର ବେଳାମଳୟରେ
ଲହରେନି ଧିନି ..ତେରେକେଟେ ଥେୟା
ପଖଉଜ ମୃଦଙ୍ଗରେ,
ସ୍ମୃତି ବିଜଡିତ ଭଗ୍ନ ମୁଖଶାଳା
ଆଜିବି ରହିଛି ସାକ୍ଷୀ
ଆଜିବି ଉତ୍ତର ପଚାରି ବସୁଛି
ଅତୀତର କାରୁବାକୀ
ନିଷ୍ଠୁର ସମୟ ନିହାଣ ପରଶେ
ଭଗ୍ନ ସେ ସ୍ମୃତି ରାଜି
ହେଲେ……..
ସେଇ ଶିଳା ଅଛି ଆଉ ଅଛ ତୁମେ
ଶିଳ୍ପୀ ଯାଇଛି ହଜି।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top