କବିତା

ଇଏ କ’ଣ ଜୀବନ

Pravat Kumar Muduli's odia poem Ie Kana Jeebana

ଏମିତି କି ସତେ ଜୀବନଟା ଏତେ
ଅଛୁଆଁ ପ୍ରକାରେ ଜୀବନଟା ବିତେ
କେ କୋଳାଏ ମତେ ଗେଲ କରିବାକୁ
କେ ରଖଇ ଘୃଣା ସାଇତା ।

ଇଏ କ'ଣ ଜୀବନ

ମୁଁ ଅଟଇ ଶ୍ଵାନ ନାହିଁ ମୋ ସମ୍ମାନ
ଯିଏ ପାରେ ମାରେ ଗୋଇଠା
ମଣିଷ କୁହନ୍ତି ମୁଁ ଭାରି ବିଶ୍ଵାସୀ
ମାଡ଼ ଥରେ ମୋ ଠୁ ଖାଇଥା ।

କେ ଦିଅନ୍ତି ମୋତେ ଇଂରାଜୀରେ ନାମ
କେ ଦିଅନ୍ତି ମୋତେ ଦେଶୀର ସମ୍ମାନ
ଦେଶୀ କି ବିଦେଶୀ ନୁହଁଇ ସେ କିଛି
ସବୁ ହୁଏ ଗାଳି ପରସା ।

କି ଭାଗ୍ୟରେ ଥାଏ ପ୍ରସାଦ ଭିତରେ
କା’ର ଥାଏ ପୁଣି କତରା ଜାଗାରେ
କେ ଖାଦ୍ୟ ଦିଅଇ ଶଙ୍ଖ ପଲମରେ
କେ କୁହେ ଖଲିରୁ ଖାଇ ଥା ।

କେ ବୁଝି ପାରଇ ଭୋକର ଆତୁର
କେ କରୁଥାଇ ଦୂରର ମାର ମାର
କେ ଦିଏ ପୁରେଇ କେ ଦିଏ ଭଣ୍ଡେଇ
ଖାଦ୍ୟରେ କରନ୍ତି ହତାସା ।

ଏମିତି କି ସତେ ଜୀବନଟା ଏତେ
ଅଛୁଆଁ ପ୍ରକାରେ ଜୀବନଟା ବିତେ
କେ କୋଳାଏ ମତେ ଗେଲ କରିବାକୁ
କେ ରଖଇ ଘୃଣା ସାଇତା ।

ଥରେ ଆସି କେବେ ଚିନ୍ତା କର ଟିକେ
ଜୀବନଟା ଆମ କେତେ କଷ୍ଟେ ବିତେ
ଏମିତି କରନା ହତାଦର ସତେ
ଆମେ ତୁମ ବନ୍ଧୁ ପରିକା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top