କବିତା

ମୋ ଗାଁ

Bidyutprabha Nayak's odia poem Mo Gaan

ସକାଳର ସୁରୁଜ କିରଣ ପଡି
ଫୁଲ ଗଛ ସବୁ ହୀରା ମୋତୀ ପରି ଦିଶୁଛି
କୋଇଲି ରେ କୁହୁ ତାନ
ପ୍ରେମର ପରଶ ଦେଉଛି
ଆଉ ମୋତେ ଲାଗୁଛି ଲାଜର ଓଢଣା ଟାଣି
ମୋ ଗାଁ ନୂଆ ବୋହୂ ପରି ସଜେଇ ହୋଇଛି ।

ମୋ ଗାଁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାକର ଟୋପାରେ ସଜେଇ ହୋଇ
ଘାସର ଗାଲିଚା ହସୁଛି
ଆମ୍ବ ର ବଉଳ ଫୁଲେଇ ହୋଇ
ଗଛରେ ଦୋଳି ଖେଳୁଛି
ଆଉ ମୋତେ ଲାଗୁଛି କୁହୁଡି କୁ ସାଥିରେ ନେଇ
ମୋ ଗାଁକୁ ପୁଣି ଶୀତ ଆସିଛି ।

ସକାଳର ସୁରୁଜ କିରଣ ପଡି
ଫୁଲ ଗଛ ସବୁ ହୀରା ମୋତୀ ପରି ଦିଶୁଛି
କୋଇଲି ରେ କୁହୁ ତାନ
ପ୍ରେମର ପରଶ ଦେଉଛି
ଆଉ ମୋତେ ଲାଗୁଛି ଲାଜର ଓଢଣା ଟାଣି
ମୋ ଗାଁ ନୂଆ ବୋହୂ ପରି ସଜେଇ ହୋଇଛି ।

ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟର ଅରୁଣିମା ପଡି
ଆକାଶ ଟା ନାଲିଆ ନାଲିଆ ଦିଶୁଛି
ମନ୍ଦିରର ଘଣ୍ଟା ଆଉ ଶଙ୍ଖ ଧ୍ୱନି
ମନ କୁ ପବିତ୍ର କରୁଛି
ମୋତେ ଲାଗୁଛି ଅସରନ୍ତି ସ୍ୱପ୍ନକୁ ଆଖିରେ ନେଇ
ମୋ ଗାଁ ଅନୂଢ଼ା କିଶୋରୀ ଟେ ପରି କାହାର ବାଟକୁ ଚାହିଁଛି ।

1 Comment

1 Comment

  1. ଶ୍ରୀ ବିନୟ ମହାପାତ୍ର

    Binay Mohapatra

    April 17, 2017 at 7:43 pm

    Khub sundar kabita tie

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top