କବିତା

ଜୀବନ ସାଥୀ

Narmada Mohapatra's odia poem Jeebana Saathi

ଆଖିର ନଦୀରେ ଗାଧୋଉଥାଏ ଯେ ଗାଧୋଉଥାଏ,
ଅଦେଖା ରକ୍ତାକ୍ତ କ୍ଷତର ଶୁଖୁବା ଯାଏ;
ମନବୁଝିଗଲେ ପଚାରେ ନଦୀକୁ (ଆଖିକୁ),
କେଉଁଠୁ ଏ ଜଳ ଏତେ ତୁ ପାଉ?

ମନଟି ତ ଏକ ଅବୁଝା ପକ୍ଷୀ,
ଅଜଣା ରାଇଜେ ସେ ଉଡିଯାଏ ।

ଆ, ଆ ଡାକିଲେ ଫେରେନି କେବେ,
ଆ…ଆ…ଡାକିଲେ ଫେରିସେ ଆସେ
କୋମଳ ପରଶ ପାଇଁ ତ ପୁଣି,
ଭାରି ଲୋଭାତୁର ,
ହୁଦୟ ଜଳୁଛି ଡହଳ ବିକଳ; ଜଳର ସନ୍ଧାନେ
ପୁଣି ଉଡିଯାଏ, ଅଜଣା ରାଇଜେ ।

ଆଖିର ନଦୀରେ ଗାଧୋଉଥାଏ ଯେ ଗାଧୋଉଥାଏ,
ଅଦେଖା ରକ୍ତାକ୍ତ କ୍ଷତର ଶୁଖୁବା ଯାଏ;
ମନବୁଝିଗଲେ ପଚାରେ ନଦୀକୁ (ଆଖିକୁ),
କେଉଁଠୁ ଏ ଜଳ ଏତେ ତୁ ପାଉ?

ଚାପା ହସଟିଏ ଓଠରେ ଖେଳାଇ ନଦୀଟି କହେ,ହିମବାହ: ମୋ
ଭିତରେ କେତେ ଯେ ହିମବାହ ତରଳୁଥାଏ ଯେ ତରଳୁଥାଏ,
ତୁ ଗାଧୋଇସାରିବା ପର୍ଯ୍ୟନ୍ତ, କେବଳ ତୋ ଉଷୁମ ଶରୀର ପରଶ ପାଇ।

କଥା ଦେଇଛି ମୁଁ, ତୁ ପରା ମୋ ଜୀବନ ସାଥୀ,
ତୋ ପାଇଁ ବଞ୍ଜିବି, ବଞ୍ଜିଥିବି ମରଣକବାଟ ଆଢୁଆଳରେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top