ସରକାରୀ ଚାକିରୀ ଖଣ୍ଡିଏ ନାହିଁ
ସମାଜେ ମଧ୍ୟ ମୋର ସମ୍ମାନ କାହିଁ ?
ସାଥି ସାଙ୍ଗ ମେଳେ ହେଲୁ ପ୍ରସ୍ତୁତ
ସାଥୀ ପାଇଗଲା ହେଲି ବିଚ୍ୟୁତ ।
ଗାଁ ରେ ସମସ୍ତେ ବେକାରୀ କହନ୍ତି
ବାହାରେ ଶିକ୍ଷିତ ବେକାରୀ ଡାକନ୍ତି ।
ଦିନ ଦିନୁ ମୋର ଗଡିଲା ଆୟୁ
ଭାଗ୍ୟ ତ ସାଜୁଛି ଦୁଃଖ ର ଢେଉ ।
ଟ୍ୟୁସନ କରି ଦରମା ମିଳେ
ସେଇ ଟଙ୍କା ରେ ଘର ନ ଚଳେ ।
ପରିବା ର ଦର ଆକାଶ ଛୁଆଁ
କିପରି ବଞ୍ଚିବି ହୁଏ ଛାନିଆ ।
ମନ ଆଣ୍ଟ କରି ଦମ୍ଭ ଧରିଲି
ଘର ସ୍ଥିତି ଦେଖି ଦୂରେଇ ଗଲି ।
ସାଙ୍ଗ ସାଥି, ବଂଧୁ ବାନ୍ଧବ କେଞ୍ଚନ
ଶାନ୍ତି ରେ ପେଟ କୁ ନ ଯାଏ ବ୍ୟଞ୍ଜନ ।
ବେସରକାରୀ ଚାକିରୀଟି ଖୋଜିଲି
ସାଙ୍ଗ ସାଥି ଟାହି ଟାପରା ଶୁଣିଲି ।
ସୂର୍ଯ୍ୟୋଦୟ ରୁ ସୂର୍ଯ୍ୟାସ୍ତ
ଜୀବନ ଜଞ୍ଜାଳେ ରହିଲି ବ୍ୟସ୍ତ ।
ପରୋପକାର ଦୟା ସ୍ଵଭାବ
ଅର୍ଥ ପାଖେ ନାହିଁ ସବୁ ଅଭାବ ।
ସ୍ମୃତି ମୋର ଶୀତ ଖରା ର ତାତି
ଜହ୍ନ ସାଥେ ମୁହିଁ କାଟୁଛି ରାତି ।
ଅପେକ୍ଷା ରହିଲା ମୋର ସେଇ ଦିନ
ହାତରେ ଥିବ ସରକାରୀ ବେତନ ।