କବିତା

ଝିଅ ପାଇଁ କବିତା ଟିଏ

Deepankar Jena's odia poem Jhia Pain Kabita Tie

ମାଆ ରେ
ମୋ ପାଇଁ ତୁ
ମାୟା ଟିଏ
ମରୀଚିକା ଟିଏ
ମରୁଦ୍ୟାନ ଟିଏ
ମୋ ଶୋଷିଲା କଣ୍ଠ ର
ଜଳ ଢୋକ ଟିଏ
ନିଦାଘ ର ତରୁଛାୟା ଟିଏ
ପ୍ରତିଜ୍ଞା ଟିଏ, ପ୍ରତୀକ୍ଷା ଟିଏ
ଜୀବନ ର ଖରା ଛାଇ ଖେଳର
ଏକ ଅସରନ୍ତି କାହାଣୀ ଟିଏ ।

ଝିଅ ପାଇଁ କବିତା ଟିଏ

ମାଆ ରେ
ମୋ ପାଇଁ ତୁ
ଫୁଲ ଟିଏ, ଫଲଗୁ ର ଧାରାଟିଏ
ଫଗୁଣ ର ବକୁଳ ପେନ୍ଥାଏ
ଚୈତ୍ର ର ଦଲକାଏ ମଳୟ ।
ଆଶା ଟିଏ, ଭରସା ଟିଏ
ଆଶ୍ଵାସନା ଟିଏ
ମୋ ନିଶ୍ବାସ ଓ ବିଶ୍ୱାସ ର
ସଫଳ ପ୍ରତିରୂପ ଟିଏ
ତୋ ପାଇଁ ମୋ ଦୁନିଆ
ଗୀତିମୟ ପ୍ରୀତିମୟ ।

ମାଆ ରେ
ମୋ ପାଇଁ ତୁ
ମାୟା ଟିଏ
ମରୀଚିକା ଟିଏ
ମରୁଦ୍ୟାନ ଟିଏ
ମୋ ଶୋଷିଲା କଣ୍ଠ ର
ଜଳ ଢୋକ ଟିଏ
ନିଦାଘ ର ତରୁଛାୟା ଟିଏ
ପ୍ରତିଜ୍ଞା ଟିଏ, ପ୍ରତୀକ୍ଷା ଟିଏ
ଜୀବନ ର ଖରା ଛାଇ ଖେଳର
ଏକ ଅସରନ୍ତି କାହାଣୀ ଟିଏ ।

ମାଆ ରେ
ମୋ ପାଇଁ ତୁ
ମନ୍ଦିର ଟିଏ
ପୂଜା ଟିଏ
ଧୂପ ଟିଏ
ପୂଜା ଥାଳି ଟିଏ
ଭାଗବତ ଟିଏ
ଜପାମାଳି ଟିଏ
ନିର୍ମାଲ୍ୟ ଟିକିଏ
ଆଉ ମୋକ୍ଷପ୍ରାପ୍ତି ର
ସରଳ ରାସ୍ତା ଟିଏ ।

ମାଆ ରେ
ମୋ ପାଇଁ ତୁ
ଭାଷା ଟିଏ, ଭାବ ଟିଏ
ଶବ୍ଦ ଟିଏ, ଅର୍ଥ ଟିଏ
ପ୍ରହେଳିକା ଆଉ ତାର
ସମାଧାନ ଟିଏ
ଛନ୍ଦ ଟିଏ, ଛାନ୍ଦ ଟିଏ
ଚମ୍ପୂ ଟିଏ, ଚଉତିଶା ଟିଏ
ଉପମା ଓ ଅଳଙ୍କାର ଯୁକ୍ତ
ଏକ ସ୍ଵଂୟ ସମ୍ପୂର୍ଣ୍ଣ
କବିତା ଟିଏ ।

ମାଆ ରେ
ମୋ ପାଇଁ ତୁ
କୋଳାହଳଟିଏ
ନୀରବତା ଟିଏ
ସାହଚର୍ଯ୍ୟ ଟିଏ
ସାହାରା ଟିଏ
ଭାବନା ଟିଏ
ଭୁବନ ଟିଏ
ଚାରିକାନ୍ଥ ଘେରା
ସୁରକ୍ଷିତ
ଭବନ ଟିଏ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top