କବିତା

ମୃତ୍ୟ ତୁମେ ମହାକାଳ

Debendra Dhindaa's odia poem Mrutyu Tume Mahakala

ଯେତେ ଲୁଚି ଛପି ରହିଲେ ବି
ମୁଁ ଜାଣେ ତୁମେ ମୋର ଅତି ଆପଣାର
ତୁମ ସାଥି ପାଇଗଲେ ଥରେ
ଛେଦି ପାରିବନି ଆଉ କୋଉ ଅସ୍ତ୍ର ଶସ୍ତ୍ର ॥

ମୃତ୍ୟ ତୁମେ ମହାକାଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୁଁ ଜାଣେ, ତୁମେ ନିଶ୍ଚୟ ଆସିବ
ଏ ଧରାରୁ ମୋତେ ନିଶବ୍ଦ ପାଲିଙ୍କିରେ ନେଇଯିବ
ଆତ୍ମୀୟ ସ୍ୱଜନ ଧୋଉଥିବେ ମୋତେ
ସେମାନଙ୍କ ନୟନ ବାରିରେ
ତୁମେ ଆସିବାର ପ୍ରତ୍ତିଜ୍ଞାରେ
ମୁଁ ଶୋଇଥିବି ନିଶବ୍ଦ ନିଶ୍ଚଳ ମୁଦ୍ରାରେ ॥

ସ୍ତ୍ରୀ ପୁଅ ଝିଅ ଆତ୍ମୀୟ ସ୍ୱଜନ କାନ୍ଧୁଥିବେ କଇଁ କଇଁ
୧୨-୧୩ ଦିନ ଗଲେ ଧୀରେ ଧୀରେ ସବୁ ଯିବ ଧୋଇ
ଖୋଜାପଡୁଥିବ ମୋର ବ୍ୟାଙ୍କ ଖାତା ଖତିଆନ
ହେଉଥିବ ଅର୍ଜିତ ଧନ ସମ୍ପତିର ଭାଗ
ଶୂନ ଶାନ ଶ୍ମାଶନର ନିରବ ଯୁଇରେ
ପଡ଼ିଥିବ ମୋର ପାଉଁଶ ||

ମଦିରା ପାନ ବେଳେ
ମନେ ପକାଇବେ ସାଙ୍ଗ ମାନେ
ମୋରି ନାଁ ରେ “cheers” କରି ଝୁମିବେ ସେମାନେ ॥

ଯେତେ ଲୁଚି ଛପି ରହିଲେ ବି
ମୁଁ ଜାଣେ ତୁମେ ମୋର ଅତି ଆପଣାର
ତୁମ ସାଥି ପାଇଗଲେ ଥରେ
ଛେଦି ପାରିବନି ଆଉ କୋଉ ଅସ୍ତ୍ର ଶସ୍ତ୍ର ॥

ମୃତ୍ୟ , ତୁମେ ମହାକାଳ
ତୁମରି ପାଇଁ ତ ଏ ମୋହ ମାୟା ଆଉ ଧନ ରତ୍ନର ସଂସାର

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top