କବିତା

ଝୁରେ ତତେ ଶିକ୍ଷା

ସେଇ ସରୁ ମଚ ମଚ
ତେଲ ମଖା ବାଡ଼ିର
ସ୍ପର୍ଶ ମାତ୍ରାରେ ଯିଏ ନିଜକୁ
ଆକଟ କରିପାରିଛି
ସିଏ ଆଜି ମଣିଷ ଭଳି
ମଣିଷଟେ ହୋଇ ପାରିଛି ।

ଝୁରେ ତତେ ଶିକ୍ଷା

ଶିକ୍ଷକଙ୍କ ହାତେ ହଉ ଅବା ,
ଟେବୁଲ ଉପରେ ଡଷ୍ଟର ସାଥେ,
ଶ୍ରେଣୀଗୃହରେ ତାର ଉପସ୍ଥିତି ହିଁ ଅନୁଶାସନ,
ଶିଖାଉଥିଲା ଶିକ୍ଷାବିତ୍ ମାନଙ୍କୁ
ଶୃଙ୍ଖଳାରେ ଅଳଙ୍କୃତ ପରିବେଶର ମହତ୍ତ୍ୱ ।

ଏଇ ବେତର ପ୍ରହାର ଗଢ଼ିତୋଳିଛି
କେତେ ଯେ ଅମଣିଷ, ଅପଦାର୍ଥଙ୍କୁ,
ଦିବଂଗତ ବିଜ୍ଞ ମହାପୁରୁଷରେ,
ଅବା ସମାଜର,
ସଫଳ, ପ୍ରତିଷ୍ଠିତ ବ୍ୟକ୍ତିତ୍ତ୍ୱରେ ।

ସେଇ ସରୁ ମଚ ମଚ
ତେଲ ମଖା ବାଡ଼ିର
ସ୍ପର୍ଶ ମାତ୍ରାରେ ଯିଏ ନିଜକୁ
ଆକଟ କରିପାରିଛି
ସିଏ ଆଜି ମଣିଷ ଭଳି
ମଣିଷଟେ ହୋଇ ପାରିଛି ।

ହେଲେ, ଏସବୁ ଏବେ ପୁରୁଣାକଥା,
ବିଦ୍ୟାର୍ଥୀଙ୍କୁ ବେତ ଲଗାଇବାର ଅଧିକାର,
ବର୍ତ୍ତମାନ ବିଦ୍ୟାଦାତାଙ୍କ ହାତ ଛିନ୍ନ ହୋଇଯାଇଛି,
ତା’ ସହ ଅପସରି ଚାଲିଛି,
ଗୁରୁଶିଷ୍ୟ ମଧ୍ୟରେ ନିହିତ ଥିବା ସମ୍ପର୍କ ,
ତଥା ତା’ ପ୍ରାଧାନ୍ୟତା ।

ଶିକ୍ଷା, ଶିକ୍ଷକ, ଶିକ୍ଷକତା ,
ସବୁକିଛି ଚିରନ୍ତନ,
କିନ୍ତୁ ସବୁ ଅର୍ଦ୍ଧ ଅର୍ଦ୍ଧ ଜୀବନ୍ତ,
ସେଇ ବାଡ଼ି, ବେତ, ଅମୋରିଡାଳ ବିନା ,
ଆଜି ବି ଶିକ୍ଷା ଝୁରୁଛି ଏମାନଙ୍କ ବଦାନ୍ୟତା,
ଆଉ ସେଇ ପରମ୍ପରାଗତ ଶିକ୍ଷା ପ୍ରଣାଳୀ ।

ଲୋକପ୍ରିୟ ଲେଖା

To Top