କବିତା

ଦେବଙ୍କୁ ଡର

ତେଣୁକରି ଜୀବେ ଦେବଙ୍କୁ ଡରି
ଜୀବନ ନିର୍ବାହ ଧରମ କରି ।।

ଯେବେ ତୁମେ ଏହି ପରି କରିବ
ମୃତ୍ୟୁ ପରେ ବଇକୁଣ୍ଠ ଲଭିବ ।।

ଦେବଙ୍କୁ ଡର

ଭଗବାନ ଇଚ୍ଛା କଲାରୁ ସିନା
ହୋଇଅଛୁ ପୃଥ୍ଵୀ ଶାସନଧୀନା ।।

ଇଚ୍ଛାରେ ତାଙ୍କର ଜୀବ ଜନମ
ଇଚ୍ଛା କଲେ ସେହୁ ହୁଏ ମରଣ ।।

ଇଚ୍ଛାମୟଙ୍କ କି ବିନା ଇଚ୍ଛାରେ
ପତ୍ର ହଲଇ ସ୍ଵେଚ୍ଛା କୃତରେ ।।

ତେଣୁକରି ଜୀବେ ଦେବଙ୍କୁ ଡରି
ଜୀବନ ନିର୍ବାହ ଧରମ କରି ।।

ଯେବେ ତୁମେ ଏହି ପରି କରିବ
ମୃତ୍ୟୁ ପରେ ବଇକୁଣ୍ଠ ଲଭିବ ।।

ନ କଲେ ଏପରି ନରକ ଗତି
ଜାଣି ହୁଅ ସର୍ବେ ପାପରୁ ମୁକ୍ତି ।।

ଯଦି ତୁମେ ପୂଣ୍ୟ କାର୍ଯ୍ୟ କରିବ
ଜନମ ମରଣୁ ମୁକତି ହେବ ।।

ଲୋକପ୍ରିୟ ଲେଖା

To Top