କବିତା

କେତେ କଷ୍ଟ ସହିବାକୁ ହୁଏ

Puspanjali Panda's odia poem Kete Kashta Sahibaku Hue

ଏବେ ତ
ସଂସାର ର ଅମୃତ ପରଶ
ବିଷ ପାଲଟିଛି
ମାୟାମୟ ମମତାର
ଯାଦୁକାରୀ ମାୟାରେ
ସବୁ ଓଲଟ ପାଲଟ ହେଉଛି ।

କେବେ କ’ଣ ପଚାରି ବୁଝିଛି କେହି
ଆଞୁଳାଏ ଲୁହରେ
ମୁହଁ ଧୋଇ ସାରି
ଆକାଶେ ଭାବନାରେ
ମନରେ ,
କି କଥା ଉଙ୍କି ମାରେ…?

ନାଁ ଗାଁ ଠିକଣା ଅଜଣା ରେ
କେମିତି ସଭିଙ୍କୁ କୋଳେଇ ନିଏ
ପାଖର ମଶାଣୀ
ଦେଖେ ନାହଁ ରୋଗୀ ଭୋଗୀ
ଅବା ଯୋଗୀ
କେତେ ଅବା ଜଣା ଅଜଣାର
ଜୁଇ ଚିତା ଜଳେ
ବସନ୍ତ ଦେହରେ ପରା
ପ୍ରତି ମୁହୁର୍ତ୍ତ ରେ
ଏବେ ଏବେ ନିଦାଘର
ହିଂସା ରଙ୍ଗ ଚଢେ ।।

ଏବେ ତ
ସଂସାର ର ଅମୃତ ପରଶ
ବିଷ ପାଲଟିଛି
ମାୟାମୟ ମମତାର
ଯାଦୁକାରୀ ମାୟାରେ
ସବୁ ଓଲଟ ପାଲଟ ହେଉଛି ।

କେମିତି ଜାଣିବ କିଏ
ସବୁ ଦୁଃଖ କଷ୍ଟ ସହି
ବଞ୍ଚିବା ରେ
ପ୍ରେମ କରିବାରେ
କବିତା ଲେଖିବାରେ
କେତେ କଷ୍ଟ ସହିବାକୁ ହୁଏ
ଜୀଇଁ ଥିବା ଯାଏ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top