ଘୋର ତିମିର କାଳେ ମୋ ନିଦ୍ରା ରେ ଆସି
ମିଶି ଯାଆ ମୋ ଶରୀରେ ମଦାଳସୀ ।
ତୋଳୁଥାଏ ତୁମ ପାଇଁ ଯୌବନ ପ୍ରାଚୀର
ତୁମ ସ୍ପର୍ଶେ ସୌଦାଗର ଢାଲେ ଅବୀର ।
ନା ଅଛି ଏଠି ସଂସାର ଶିଙ୍କୁଳି ନା ପ୍ରତାରଣା
ଏ ମନ ଚିତ୍ରିତ ପୂର୍ଣ୍ଣ ଆବେଗ ଠିକଣା ।
ତୁମେ ଅଛ ମୋ ସମୀପେ ମୁଁ ତୁମ ନୟନେ
ନୟନେ ବୁଡି ଯାଇ ମିଶେ ତୁମରି ସ୍ପନ୍ଦନେ ।
ଦକ ଦକ ଶବଦ୍ ଦେଇ ଆସେ ଓଠ ଛୁଇଁ
ଦେଖିଲା ବେଳକୁ ତୁମେ ଅଛ ମୋ ହୃଦେ ଯାଇ ।
ଦୁଇ ପ୍ରାଣ ଚାରି ନୟନେ ପ୍ରୀତି ଯାଏ ଖେଳି
ପ୍ରଭାତେ ଶୀତଳ ସମୀରେ ଝରି ପଡ଼ ଶେଫାଳି ।
ସପନ ନଗରୀର ରଙ୍ଗ ଛୁରୀ ଲାବଣ୍ୟ କନ୍ୟା
ମୋ ଜୀବନେ କେବେ ଢ଼ାଳିବ ପ୍ରେମ ର ବନ୍ୟା ।
