କବିତା

ନିଦ୍ରାରେ ଅଳସୀ

Ashok Kumar Barik's odia poem Nidraare Alasi

ତୁମେ ଅଛ ମୋ ସମୀପେ ମୁଁ ତୁମ ନୟନେ
ନୟନେ ବୁଡି ଯାଇ ମିଶେ ତୁମରି ସ୍ପନ୍ଦନେ ।

ଘୋର ତିମିର କାଳେ ମୋ ନିଦ୍ରା ରେ ଆସି
ମିଶି ଯାଆ ମୋ ଶରୀରେ ମଦାଳସୀ ।

ତୋଳୁଥାଏ ତୁମ ପାଇଁ ଯୌବନ ପ୍ରାଚୀର
ତୁମ ସ୍ପର୍ଶେ ସୌଦାଗର ଢାଲେ ଅବୀର ।

ନା ଅଛି ଏଠି ସଂସାର ଶିଙ୍କୁଳି ନା ପ୍ରତାରଣା
ଏ ମନ ଚିତ୍ରିତ ପୂର୍ଣ୍ଣ ଆବେଗ ଠିକଣା ।

ତୁମେ ଅଛ ମୋ ସମୀପେ ମୁଁ ତୁମ ନୟନେ
ନୟନେ ବୁଡି ଯାଇ ମିଶେ ତୁମରି ସ୍ପନ୍ଦନେ ।

ଦକ ଦକ ଶବଦ୍ ଦେଇ ଆସେ ଓଠ ଛୁଇଁ
ଦେଖିଲା ବେଳକୁ ତୁମେ ଅଛ ମୋ ହୃଦେ ଯାଇ ।

ଦୁଇ ପ୍ରାଣ ଚାରି ନୟନେ ପ୍ରୀତି ଯାଏ ଖେଳି
ପ୍ରଭାତେ ଶୀତଳ ସମୀରେ ଝରି ପଡ଼ ଶେଫାଳି ।

ସପନ ନଗରୀର ରଙ୍ଗ ଛୁରୀ ଲାବଣ୍ୟ କନ୍ୟା
ମୋ ଜୀବନେ କେବେ ଢ଼ାଳିବ ପ୍ରେମ ର ବନ୍ୟା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top