କବିତା

କିଛି ଅସମାହିତ

Dr Mousumi Parida's odia poem Kichhi Asamaahita

ସୋଲ ପରି ଜୀବନ ସମୁଦ୍ରରେ
ଯେ ଅହରହ ଭାସିପାରେ..
ହୁଏତ ସେ ହିଁ ବୁଝାଇଦିଏ
ଜୀବନ ଜନ୍ମରେ ଭରେନି

କିଛି ଅସମାହିତ

ସନ୍ଧ୍ୟା କଣ ସବୁବେଳେ ସନ୍ଧ୍ୟା
ରାତି କଣ ଖାଲି ଅନ୍ଧାରର ବ୍ୟାପ୍ତି?
ଜୀବନ କଣ ଗୁଡେ ଅନୁଭବ ଖାଲି
ମୃତ୍ୟୁ କଣ ଜନ୍ମର ସମାପ୍ତି?
କିଛି ପ୍ରଶ୍ନ ଉତର ଖୋଜେ ନା
ଖୁଞ୍ଚିହୁଏ ଆଖିରେ, ମନରେ
ସାରା ଜୀବନ କୁହୁଳାଇବାକୁ ?
ଯାତନାକୁ ଠକିଦେଇ ଯେ ବଞ୍ଚିପାରେ
ସୋଲ ପରି ଜୀବନ ସମୁଦ୍ରରେ
ଯେ ଅହରହ ଭାସିପାରେ..
ହୁଏତ ସେ ହିଁ ବୁଝାଇଦିଏ
ଜୀବନ ଜନ୍ମରେ ଭରେନି
କି ମୃତ୍ୟୁରେ ସରେନି !
କାଳ ବି ବଦଳୁଥାଏ ବିଧି ନିର୍ଦ୍ଧେଶରେ ।
ଏଠି ସମୟ ବି କାହାର ଠିକଣା ରଖେନି!

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top