ନୀଳ ବର୍ଣ୍ଣ ଆକାଶେ ଯାଇଛି ମେଘ ଘୋଟି
ସତେ ଶୂନ୍ୟେ ଖେଳୁଅଛି ଅସଂଖ୍ୟ କୁଜ୍ଝଟି ।
ମେଘନାଦ ପ୍ରାଚୀର ତୁଲ୍ୟ ଦିଶେ ଅଚଳ
ଅଟକାଏ ସେ ମହାନଦୀର ବନ୍ୟା ଜଳ ।
ଧାନ କ୍ଷେତର ଶୋଭା ଦିଶଇ ମନୋଲୋଭା
ଚାଷୀ ହାତବାଜି ଧାନ ହୋଇଉଠେ ଉଭା ।
କୃଷକ ପରିଶ୍ରମ କେବେ ବୃଥା ଯାଏନି
ବାଟିଆ, ଖେଳୁଆ କରି ବାଛିବା ଛାଡେନି।
ଯେତେ କଷ୍ଟ ପଡୁ ପଛେ ଖରାକୁ ଡରେନି
ହସ୍ତେ ଦାଆ ଥିଲେ ଖାଲି ହାତେ ଫେରେନି ।
ଚାଷୀର ବୀରତ୍ଵ ଜାଣ କ୍ଷେତ ଦେଖିକରି
ଚାଉଳରୁ ଗୋଡି ପରି ଘାସ ଦିଏ କାଢି ।
ଖରା ଯେତେ ହୋଇଲେ ବି ତାଙ୍କୁ କାଟେ ନାହିଁ
ଆମେ ଟିକେ ଛିଡ଼ା ହେଲେ ଛାଇ ଖୋଜୁ କାହିଁ ?
ଚାଷୀ ଟିଏ ଶିର ସିଧା ଦେଖିଲେ ରବିକୁ
ଭୁଞ୍ଜିବାକୁ ଚାଲିଆସେ ନିଜର ବାସକୁ ।