ଷୋଳ କଳା ଯେ ଜଗନ୍ନାଥ
ତହିଁରୁ କଳାଏ ରାଧାଙ୍କ ନାଥ
ସେଇ କଳାକୁ ପକାଇ ଛନ୍ଦ
ଜୟଦେବ ରଚିଲେ ଗୀତଗୋବିନ୍ଦ
କୃଷ୍ଣଙ୍କ ମଥାରେ ରାଧାଙ୍କ ପାଦ
ଭାବ ବିନା ସେ କଳା ଏକ ଅବୁଝା ପଦ
ସାତ ମେଘ କଳା ତାଙ୍କ ଅଙ୍ଗେ
ମନ ର ମୟୂର ନାଚି ଉଠେ ସେଇ ରଙ୍ଗେ ରଙ୍ଗେ
ବର୍ଷି ଯାଉ କିଛି ମେଘମାଳା
ଝରିପଡୁ ତାଙ୍କଠୁ କିଛି ରଙ୍ଗ କଳା
ଯେତେ ଝରିଲେ ବି ସେ କଳା ରଙ୍ଗ
ଚାତକ ଚିତ୍ତ ଭିଜିବାକୁ କେବେ ହୁଏନା ଅମଙ୍ଗ
କଳା ଶ୍ରୀମୁଖେ ନାଲି ଅଧର ଉଠେ ଝଲସି
ସତେ କି ନୀଳାଦ୍ରି ନୀଳ ଆକାଶେ ତୁମେ ଆଉ ଏକ
ଉଜ୍ଜଳିତ କଳା ଶଶୀ
ତୁମେ ନାରୀ ନା ପୁରୁଷ, ଦେଖୁ ଦେଖୁ ତୁମେ ନିଅ ରସି
ଅନ୍ଧ ନେତ୍ରେ ତୁମ୍ଭେ ଯେଉଁ କଳା
ମୁକ୍ତ ନୟନେ ବି ତୁମେ ସେଇ କଳା ହେ ଚକାଡୋଳା
ସଭିଙ୍କୁ ସମାନ ତୁମ କଳା
ତୁମେ ଅବତାର ପୁଣି ଅବତାରୀ, ହେ ଦାରୁବ୍ରହ୍ମ
ତୁମେ କ’ଣ ସେଇ ନନ୍ଦଙ୍କ ବଳା ।।
ଏଇ କଳା କ’ଣ ସେଇ କଳା…

ଲେଖିଛନ୍ତି

ଝରିପଡୁ ତାଙ୍କଠୁ କିଛି ରଙ୍ଗ କଳା
ଯେତେ ଝରିଲେ ବି ସେ କଳା ରଙ୍ଗ