କବିତା

କୁମ୍ଭ କଳିକା ଆଗୋ ମୋନାଲିସା

Prasanta Kumar Behera's odia poem Kumbha Kalika Aago Monalisa

ନବ କଳିକା ଗୋ, ଚକୋରୀ ଚନ୍ଦ୍ରିକା
ଲଜ୍ୱାବତୀ ରମ୍ଭା ମନୋରମା ତମ
ତନୁରେ ଛୁଟୁଛି ରୂପର ବନ୍ୟା
ଆଗୋ ମୋନାଲିସା ……

ଦକ୍ଷ କନ୍ୟା ଆଗୋ ମୋନାଲିସା
ଶିବ – ପ୍ରିୟା ତମେ ପ୍ରତିଟି
ଜନ୍ମେ,

ରୁଦ୍ରାକ୍ଷ – ଶୋଭିତା ଆଗୋ ଗିରିଶୁତା
ନୀଳ ନୟନା ଗୋ ତମ ହାସ୍ୟ, ଲାସ୍ୟ
ଶ୍ୟାମଳ ବନାନୀ ଅଂକେ
ଦମିନୀ ଯେହ୍ନେ ।

ଅମୃତ କଳସ ଧରିଥିଲ ଅବା
ତମ ମୃଣାଳ ଲତିକା
ଅଳସ ହସ୍ତେ,

ଅମୃତ ଆଶାୟୀ ଶତେକ ତୃଷାର୍ତ୍ତ
ପିଇ ଚାଲିଥିଲେ ଵିନ୍ଦୁ ବିଂଦୁ ସୁଧା
ସତେ କି ପ୍ରୟାଗରାଜର
ପବିତ୍ର ପ୍ରାନ୍ତେ ।

ଲୋଡୁ ଥିଲେ ସର୍ବେ ତମ
ସାନ୍ନିଧ୍ୟ, ଆଗୋ ମଧୁସ୍ତାବୀ
ମୋହିନୀ ଲିସା,

ନବ କଳିକା ଗୋ, ଚକୋରୀ ଚନ୍ଦ୍ରିକା
ଲଜ୍ୱାବତୀ ରମ୍ଭା ମନୋରମା ତମ
ତନୁରେ ଛୁଟୁଛି ରୂପର ବନ୍ୟା
ଆଗୋ ମୋନାଲିସା ……

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top