ହେ ବାନ୍ଧବୀ ତୁମର ଅନୁପସ୍ଥିତି
ଓହୋ ! ଭାରି ଯନ୍ତ୍ରଣାଦାୟକ।
ଜୀବନର ଶୂନ୍ୟତା ତୁମ ଭାବନାରେ
ପୂର୍ଣ୍ଣତାକୁ ହୁଏ ପ୍ରାପ୍ତ
ତୁମେ ବି କ’ଣ ମୋ ଭାବନାରେ ଲିପ୍ତ?
କେବେ ଦେଖିଛ ଋତୁ ପରିବର୍ତ୍ତନରେ ପତ୍ରଝଡ଼ା ଦେଉଥିବା ସେହି ଗଛକୁ
ମୋର ଅବସ୍ଥା ବି ଠିକ୍ ସେମିତି
ଯିଏ ବାନ୍ଧବୀକୁ ପାଖରେ ପାଇଁ
ସତେ ପାଇଯାଏ କି ନୂଆ ପତ୍ରକୁ ।
ବେଳେ ବେଳେ ଫେରି ଚାହେଁ ସେହି ସ୍ମୃତିକୁ
ଆହାରେ! କେଡେ ଭଲଥିଲା ସେ ଦିନ ଗୁଡାକ
ଚିନ୍ତାଶୂନ୍ୟ ଜୀବନ ଆଉ ତୁମ ମୋ ଭିତରେ ଥିବା ମଧୁର ସଂପର୍କ
ସତେ କି ଫେରି ଯାଆନ୍ତି ସେଦିନ କୁ।
ସବୁବେଳେ ଇଛା ହୁଏ ପୁଣି ତୁମକୁ ଭେଟନ୍ତି
ଆଉ ଦେଖାହେଲା ପରେ ମନକଥା ଖୋଲି କୁହନ୍ତି
ମନକଥା ଖୋଲି କୁହନ୍ତି…….।
ଉଦ୍ଦେଶ୍ୟ – ଜୀବନରେ ବନ୍ଧୁତା ର ଆବଶ୍ୟକତା କୁ ପ୍ରତ୍ୟେକ ବ୍ୟକ୍ତି ଉପଲବ୍ଧି କରିବାର ଆବଶ୍ୟକତା ରହିଛି ।