ଅପାର କରୁଣାମୟୀ ମାଆ ତାରିଣୀ
ଅଶେଷ କୃପା ତୋହର ଘଟଗାଁ ବାସିନୀ -୧-
ଅଭୟ ଦାୟିନୀ ମା’ଗୋ ଜଗତ ଜନନୀ
ଅଖଣ୍ଡ ପ୍ରତିଭାମୟୀ ଶକ୍ତି ସ୍ୱରୂପିଣୀ -୨-
ଅବିରତ ସ୍ନେହମୟୀ ହେ ବିଶ୍ୱବନ୍ଦିନୀ
ଅଜ୍ଞାନତା ବିଧ୍ୱଂସିନୀ ଜ୍ଞାନ ପ୍ରଦାୟିନୀ -୩-
ଅତୀବ ସୁନ୍ଦର ରକ୍ତ ମନ୍ଦାର ମାଳିନୀ
ଅବିରରେ ସୁଶୋଭିତ ସଙ୍କଟ ହାରିଣୀ -୪-
ଅସୁର ନାଶ କାରିଣୀ ଶତ୍ରୁସଂହାରିଣୀ
ଅତୁଳ ତୋ ଭକ୍ତ ପ୍ରୀତି ଆଶିଷ ଦାୟିନୀ -୫-
ଅତିପ୍ରିୟ ଶ୍ରୀଫଳ ଶ୍ରୀ ସୁଶୋଭିନି
ଅଚିରେ ତୁ ଯାଚି ଦେଉ ମନବାଞ୍ଛା ଘେନି -୬-
ଅମଳ କମଳ ପ୍ରେମୀ ଜୟ ତୁ ଭବାନୀ
ଅନେକ ରୂପ ତୋହର ମାଁ ସିଂହବାହିନୀ -୭-
ଅକିଞ୍ଚନ ପାରିବ କି ତୋ ଗୁଣ ବଖାଣୀ
ଅଭାଗା ପୂଜୁଛି ପାଦେ ଘେନ ବିଦ୍ୟାସିନୀ -୮-
