ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମେଘର ପ୍ରେମିକା
ବର୍ଷାର ସ୍ପର୍ଶରେ ମହକି ଯାଏ
ମିଠା ମିଠା ବାସ୍ନାରେ ବସା ବାନ୍ଧେ ସ୍ୱପ୍ନ
ମନରୁ ଇଚ୍ଛାଟିଏ ମୁକୁଳି ଆସେ
ଆନମନା କରେ ତନମନକୁ
ମାଟିର ଛାତିରେ ଖେଳେ ସାରା ସଂସାର
ପଞ୍ଚଭୂତର ଏଇ ଶରୀର
ମାଟିର ମହିମାରେ ମହିମାମୟ
ମାଟିର ବେଶରେ ଠାକୁର
ମାନବ ଆଉ ସନ୍ତ୍ରାସବାଦୀ
ମାଟିର ଅଟ୍ଟାଳିକା ଆକାଶକୁ ଛୁଏଁ
ବୃକ୍ଷଲତାର ଚେରକୁ ଜାବୁଡ଼ି ଧରି ଥାଏ ମାଟି
ମାଟିରୁ ଆରମ୍ଭ ମାଟିରେ ହିଁ ଶେଷ
ଜୀବନର ଅଭିନୟ
ଜାଣିବି ମଣିଷ ଭୁଲିଯାଏ କାହିଁ
ଏଇ ମାଟିର ମାହାତ୍ମ୍ୟ !

Prasanna
April 18, 2017 at 1:55 pm
Bahut badhia kabita..Maati ru jeevan aarambha o maati re hi sesha.
Monalisa
April 23, 2017 at 4:02 pm
Asesha Dhanyabad Prasanna !
Soumyashree Acharya
April 14, 2017 at 4:22 pm
Matti- jibana ra nikata satya ku sundar vabe prakash Kara heichi
Truly depicts the importance of Ma Dhara ,Vumi.
Monalisa
April 15, 2017 at 9:38 am
Bahut Dhanyabad Soumya!