କବିତା

ମାଟି

Monalisha Dash's odia poem Maati

ମେଘର ପ୍ରେମିକା
ବର୍ଷାର ସ୍ପର୍ଶରେ ମହକି ଯାଏ
ମିଠା ମିଠା ବାସ୍ନାରେ ବସା ବାନ୍ଧେ ସ୍ୱପ୍ନ
ମନରୁ ଇଚ୍ଛାଟିଏ ମୁକୁଳି ଆସେ
ଆନମନା କରେ ତନମନକୁ

ମାଟି

ମେଘର ପ୍ରେମିକା
ବର୍ଷାର ସ୍ପର୍ଶରେ ମହକି ଯାଏ
ମିଠା ମିଠା ବାସ୍ନାରେ ବସା ବାନ୍ଧେ ସ୍ୱପ୍ନ
ମନରୁ ଇଚ୍ଛାଟିଏ ମୁକୁଳି ଆସେ
ଆନମନା କରେ ତନମନକୁ

ମାଟିର ଛାତିରେ ଖେଳେ ସାରା ସଂସାର
ପଞ୍ଚଭୂତର ଏଇ ଶରୀର
ମାଟିର ମହିମାରେ ମହିମାମୟ
ମାଟିର ବେଶରେ ଠାକୁର
ମାନବ ଆଉ ସନ୍ତ୍ରାସବାଦୀ
ମାଟିର ଅଟ୍ଟାଳିକା ଆକାଶକୁ ଛୁଏଁ
ବୃକ୍ଷଲତାର ଚେରକୁ ଜାବୁଡ଼ି ଧରି ଥାଏ ମାଟି

ମାଟିରୁ ଆରମ୍ଭ ମାଟିରେ ହିଁ ଶେଷ
ଜୀବନର ଅଭିନୟ
ଜାଣିବି ମଣିଷ ଭୁଲିଯାଏ କାହିଁ
ଏଇ ମାଟିର ମାହାତ୍ମ୍ୟ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top