କବିତା

ମଧୁ ଠାରୁ ମଧୁର ତିନି ଅକ୍ଷର

Puspanjali Patel's odia poem Madhu Thaaru Madhura Tini Akshyara

ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ
ସେ ଚାରି ଆଖ୍ଵରେ ଦିଶେ ସାରା ଦୁନିଆଁ

ମଧୁ ଠାରୁ ମଧୁର ତିନି ଅକ୍ଷର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ
ସେ ନାଁ ଉଚ୍ଚାରଣେ ପ୍ରତିଧ୍ଵନି ଖେଳିଯାଏ
ମର୍ତ୍ୟରୁ ଆକାଶ ଯାଏ
ନଥାଏ ଅଜଣା କେବେ ତାଙ୍କରି ନାଁ
ଦୁନିଆଁରେ ସେ ନାଁ ନଥାଏ ଅଜଣା
ଜଣେ ବାପା ଜଣେ ମାଁ
ତାଙ୍କରି ଚରଣେ ଏ ସାରା ଦୁନିଆଁ
ଏ ସଂସାରେ ତାଙ୍କ ପାଇଁ ଆମରି ନାଁ
ବାପାଙ୍କ ହୃଦୟ ବିଶାଳ ସାଗର
ମାଁ ର ପଣତେ ବନ୍ଧା ଶ୍ରୀମନ୍ଦିର ନେତ
ବହୁଛି ହୃଦୟେ ମମତାର ଗଙ୍ଗାଧାର

ତାଙ୍କ ହାତ ଧରି ବାଟ ଚାଲୁଥୁଲେ
ଛୋଟ ପଡ଼ିଯିବ ସାରା ସଂସାର
ତାଙ୍କର ଚରଣ ପୁଣ୍ୟ ତୀର୍ଥ
ହୃଦୟ ତାଙ୍କର ମମତା ମହଲ
ସେ ମହଲେ ଖଞ୍ଜା ହୀରା , ମୋତି, ମାଣିକ
ତିନୋଟି ଅକ୍ଷର ଆମୁଳ ମୂଲ
ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ
ସେ ଚାରି ଆଖ୍ଵରେ ଦିଶେ ସାରା ଦୁନିଆଁ
ଜଣେ ବାପା ଜଣେ ମାଁ
ମଧୁ ଠୁଁ ମଧୁର ଦୁଇଟି ନାଁ
ଜଣେ ବାପା ଜଣେ ମାଁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top