କବିତା

ପ୍ରେମ

Sushil Kumar Chhatoi's odia poem Prema

ମନ ମୋର ଚାହେଁ କରିବାକୁ ତାକୁ ପ୍ରେମ ନିବେଦନ
ହେଲେ ଭୟରେ ଛାତି ଥରି ଯାଉଛି ହେବ କାଳେ ପ୍ରତ୍ୟାଖାନ!

ପ୍ରେମ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଖି ରେ ନାଚି ଉଠେ ତା ଚେହେରା ବାର ବାର
ଯେବେ ଠୁ ତା ପ୍ରେମରେ ପଡ଼ିଛି ମନ ଟି ମୋହର
ତାର ସେଇ ଗୋରା ମୁହଁ କୁ ଆଖି ର କଜଳର ଗାର
ମୋ ଛାତିରେ ଭରି ଦେଉଛି ନୂତନ ଉନ୍ମାଦନା ହଜାରେ ଥର

ଦେଖିବାକୁ ତା’ର ଏକ ନଜର
ମନ ମୋର ହୁଏ ଭାରି ଆତୁର
ସେ ଯେବେ ମୋ ପାଖ ଦେଇ ଯାଉଛି
ମନରେ ନୂତନ ଉନ୍ମାଦନା ଭରି ଯାଉଛି

ମନ ମୋର ଚାହେଁ କରିବାକୁ ତାକୁ ପ୍ରେମ ନିବେଦନ
ହେଲେ ଭୟରେ ଛାତି ଥରି ଯାଉଛି ହେବ କାଳେ ପ୍ରତ୍ୟାଖାନ!
ଏମିତି ଆଶଙ୍କାରେ ଦିନରାତି ମୋର ସବୁ ବିତୁଛି
ସେ କ’ଣ ମୋତେ ଭଲ ପାଉଛି ? ଏମିତି ପ୍ରଶ୍ନ ଉଙ୍କି ମାରୁଛି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top