ଆଉ ବଞ୍ଚିବାକୁ ଇଚ୍ଛା ନାହିଁ ଏଠି
ମହାନାୟକଟେ ହୋଇ,
ଛଅ ଖଣ୍ଡିକାଠେ ପାଳ-ଦଉଡ଼ିରେ
ବେଗି ସଜକର ଜୁଇ !
ଆତ୍ମୀୟ ବଦନ ବିଲୋକି ନୟନ
ଠୋକର ପାଇ ଗଲାଣି,
ସୁନ୍ଦର ମନଟି ପ୍ରେମରେ ଭିଜିକି
ଧୋକା ଖାଇ ସାରିଲାଣି !
ଟେକି ଫିଙ୍ଗି ଦ୍ୟନ୍ତି ଅନଳ ମଝିକୁ
ସୁଖି ଗଲେ ସ୍ୱାର୍ଥ ସିନ୍ଧୁ,
ଛାଡ଼ି ଚାଲିଯାନ୍ତି ଗଭୀର ଜଙ୍ଗଲେ
ସମ୍ପର୍କ ତୁଟାଇ ବନ୍ଧୁ !
ସ୍ୱାର୍ଥରେ ତିଆରି ହୋଇଛି ଦୁନିଆଁ
ସ୍ୱାର୍ଥପର ଏଠି ସବୁ,
ତଉଲୁ ଥିବେଟି ସୁନାରୁପା ସଙ୍ଗେ
ଯେବେ ଯାଏଁ ଦେଉଥିବୁ !
ପାପ ଦେଖି ଦେଖି ଥକି ପଡ଼େ ଆଖି
ବୁଲେଇ ପକାଏ ମୁଣ୍ଡ,
ଟିକେ ସ୍ୱାର୍ଥ ପାଇଁ ସତକୁ ପାସୋରି
ମିଛ ବଖାଣଇଁ ତୁଣ୍ଡ !
ନିଜ ଲୋକ ଏଠି ନିଜର ନୁହଁନ୍ତି
ପରକୁ ଭରଷା କାଇଁ,
ହୃଦୟ ବେଦନା ବୁଝିତ ପାରେନା
ଏକା ମାଆ ପେଟର ଭାଇ !