କବିତା

ଉଠରେ ଉଠରେ ଉତ୍କଳ ନାରୀ

Pratibha Behera's odia poem Uthare Uthare Utkala Nari

ନୁହେଁ ତୁ ଅବଳା ନୁହେଁ ତୁ ଦୂର୍ବଳା ତୁହି ଜଗତ
ପାଳିନୀ, ଏ ପୁରୁଷ ଜାତି ଭାବୁ ଅଛି ତୋତେ ତାହାର ଅଙ୍କଶାୟିନୀ,
ଦୁର୍ଗା-କାଳୀ ବେଶ ଧାରଣ କରିକି ଦାନବେ ସଂହାର କର

ଉଠରେ ଉଠରେ ଉତ୍କଳ ନାରୀ ଉଠିବୁ ତୁ
କେତେଦିନେ , ପୂରୁବ ଗୌରବ ପୂରୁବ
ସାହାସ ପଡ଼ିବ କେବେ ତୋ ମନେ ?
ସମୟ ଆସି ପହଞ୍ଚି ଯାଇଛି ଦେଖା ସେ
କାଳିକା ବେଶ, ଶପଥ ନେ ତୁ ଦ୍ରୌପଦୀ
ପରାଏ ତାଙ୍କ ରକ୍ତରେ ଧୋଇବୁ କେଶ ,
ଜନନୀ ଭଗିନୀ କନ୍ୟା ଅର୍ଦ୍ଧାଙ୍ଗିନୀ ଆଉ
ଏଠି ଲୋଡ଼ା ନାହିଁ, ସମୟ ଆସିଛି ଦେଖା
ଦୁର୍ଗା ରୂପ ମହିଷା ମର୍ଦ୍ଦନ ପାଇଁ ।
ନୁହେଁ ତୁ ଅବଳା ନୁହେଁ ତୁ ଦୂର୍ବଳା ତୁହି ଜଗତ
ପାଳିନୀ, ଏ ପୁରୁଷ ଜାତି ଭାବୁ ଅଛି ତୋତେ ତାହାର ଅଙ୍କଶାୟିନୀ,
ଦୁର୍ଗା-କାଳୀ ବେଶ ଧାରଣ କରିକି ଦାନବେ ସଂହାର କର
, ଦେଖାଇ ଦେ ତୋ ଭୟଙ୍କର
ରୂପ ଥରି ଉଠୁ ଏ ସଂସାର ।

ତୁ ନୁହେଁ ଅବଳା, ତୁ ନୁହେଁ ଦୂର୍ବଳା,
ତୁ ପୁଣି ଝାନ୍ସୀର ରାଣୀ ,
ତୋ ଭୀମ ଗର୍ଜନେ ଭୟରେ ଆତୁର କମ୍ପିବ ଏ ଧରଣୀ !
ନିର୍ମମ ଆଉ ସ୍ଵାର୍ଥପର ସବୁ ରାଜନୀତିର ରଙ୍ଗରେ,
ସୁଦିନ ଆସିବ, ନାରୀ ସ୍ୱାବଲମ୍ବୀ ହେବ ବିଶ୍ୱାସ ରଖ ମନରେ !
ନାରୀର ଉନ୍ନତି ସେ
କାହୁଁ ଚାହିଁବ ତାର ଶରୀରେ ଯାହାର ମନ ,
ରାକ୍ଷସମାନେ ନ୍ୟାୟଦାତା ହେଲେ
ସିଂହାସନେ ବସେ ଶ୍ୱେନ! ଉଠରେ
ଉଠରେ ଉତ୍କଳର ନାରୀ ଜାଗ୍ରତ ହୁଅ
ତୁମେ, ଆଉ ନ ଉଠିଲେ ଜାଗ୍ରତ ନ
ହେଲେ ଶୋଷିତା ହୋଇବା ଆମେ….!!

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top