କବିତା

ମନସ୍ବିନୀ

Saroj Sahu's odia poem Manaswini

ପ୍ରଜାପତି କହେ ଫୁଲଟି ତୁମେ,
ଫୁଲ କହେ ତାର ପାଖୁଡା ତୁମେ,
ପାଖୁଡା କହେ ତା ରଙ୍ଗ ତୁମେ,
ରଙ୍ଗ କହେ ତାର ସୌନ୍ଦର୍ଯ୍ୟ ତୁମେ ।

ମନସ୍ବିନୀ

ତୁମେ ବା କି ଜାଣ କିଏସେ ତୁମେ,
ପରି ରାଇଜର ରୁପସୀ ତୁମେ,
ଏ ଧରା ପୃଷ୍ଠକୁ ଆସିଛ ତୁମେ,
ହୋଇ ସଖି ମୋର ପ୍ରିୟସି ତୁମେ ।

ପ୍ରଜାପତି କହେ ଫୁଲଟି ତୁମେ,
ଫୁଲ କହେ ତାର ପାଖୁଡା ତୁମେ,
ପାଖୁଡା କହେ ତା ରଙ୍ଗ ତୁମେ,
ରଙ୍ଗ କହେ ତାର ସୌନ୍ଦର୍ଯ୍ୟ ତୁମେ ।

ମଲ୍ଲୀ କହେ ତାର ବାସନା ତୁମେ,
ଭ୍ରମର କହେ ତା ଗୁଞ୍ଜନ ତୁମେ,
ବସନ୍ତ ଋତୁର ମଳୟ ତୁମେ,
ନୀଳ ଆକାଶର ବଳୟ ତୁମେ ।

ଲେଖକ କହେ ତା ଲେଖନୀ ତୁମେ,
ଏକ ଅଲେଖା ଅକୁହା କାହାଣୀ ତୁମେ,
କବି କହେ ତାର କଳ୍ପନା ତୁମେ,
କଳ୍ପନାର ରୂପ କବିତା ତୁମେ ।

ଜହ୍ନ କହେ ତାର ଜୋଛନା ତୁମେ,
ସୁରୁଜ କହେ ତା କିରଣ ତୁମେ,
ଦୀପ କହେ ତାର ଆଲୁଅ ତୁମେ,
ସପ୍ତ ରଙ୍ଗର ଯେ ମିଶ୍ରଣ ତୁମେ ।

ପାହାଡ କହେ ତା ଝରଣା ତୁମେ,
ଝରଣା କହେ ତା ତରଙ୍ଗ ତୁମେ,
ନଦୀ କହେ ଏକ ସାଗର ତୁମେ,
ସାଗର ବୁକୁର ଜୁଆର ତୁମେ ।

କୋଇଲିର କଣ୍ଠ ସ୍ୱର ବି ତୁମେ,
ବୀଣା କହେ ତାର ଝଙ୍କାର ତୁମେ,
ବଂଶୀର ଧ୍ବନିଠୁ ମଧୁର ତୁମେ,
ସୁର ସଂଗୀତର ମିଳନ ତୁମେ ।

ହୃଦୟ କହେ ତା ସ୍ପନ୍ଦନ ତୁମେ,
ଆଖିକୁ ଶୀତଳ ଅଞ୍ଜନ ତୁମେ,
ଜନ୍ମ ଜନମର ସଙ୍ଗିନୀ ତୁମେ,
ମୋ ମନ ମନ୍ଦିର ଅଶ୍ୱିନୀ ତୁମେ ।

ଲୋକପ୍ରିୟ ଲେଖା

To Top