ଅନୁବାଦ ସାହିତ୍ୟ

ପ୍ରଥମେ ପରିକ୍ଷା, ପରେ ଚିକିତ୍ସା

Er Bidyadhar Panda's Baamapantha - Prathame Parikshaa, Pare Chikitsaa

ପୁରା ବିକସିତ ବାମପନ୍ଥ ଲକ୍ଷଣ ବହୁତ ବିଷାକ୍ତ ଏବଂ ବିପଦପୂର୍ଣ୍ଣ । ସେମାନଙ୍କ ଭିତରେ ହିନ୍ଦୁଧର୍ମ ପ୍ରତି ଘୃଣା ଏବଂ ଦେଶ ପ୍ରତି ଦ୍ରୋହ ବହୁତ ଗଭୀର ।

ପ୍ରଥମେ ପରିକ୍ଷା, ପରେ ଚିକିତ୍ସା

୧. ବାମପନ୍ଥ ; ଅନ୍ଧାରରେ ଶତ୍ରୁ

ଆଜିର ବାମପନ୍ଥୀ ପୂର୍ବପିଢ଼ିଙ୍କ ପରି ଝୋଲାଝୁଲେଇ, ଦାଢୀବଢେଇ ,ଇନ୍‌କିଲାବ୍ ଜିନ୍ଦାବାଦ୍ ସ୍ଲୋଗାନ୍ ଦେଇ ଚିତ୍କାର କରୁ ନାହାନ୍ତି । ନିଜକୁ ନାସ୍ତିକ କହୁ ନାହାନ୍ତି । ହୋଇପାରେ ସେମାନେ ବହୁତ ଧର୍ମଗ୍ରନ୍ଥ ଉଦରସ୍ଥକରି ଅନେକ ଉଦାହରଣ ଦେବାରେ ସମର୍ଥ, ପୁରାଣ ଓ ମହାଭାରତଗ୍ରନ୍ଥରେ ତା’ଙ୍କର ପାଣ୍ଡିତ୍ୟରଖି ତଥ୍ୟକୁ ଭାଙ୍ଗିରୁଜି ବାରୁଦ ତିଆରି କରିବାକୁ ଚେଷ୍ଟାରତ ଏବଂ ନିଜକୁ ବାମପନ୍ଥୀ ତ କେବେ ବି କହୁ ନାହାନ୍ତି ।

କିଛିଦିନ ପୂର୍ବରୁ ଜଣେ ବାମପନ୍ଥୀ ସଜ୍ଜନ ବହୁତ ମିଳାମିଶା କରି ମୋର ଅନ୍ତରଙ୍ଗ ପରି କଥା ହେଲେ । ବେଦ, ପୁରାଣ, ଗୀତା, ରାମକୃଷ୍ଣ, ବିବେକାନନ୍ଦଙ୍କର କଥା କହିଲେ, ତା’ପର ଦିନ ଫେସ୍ବୁକ୍‌ରେ ଦେଖିଲି ତା’ଙ୍କୁ କୁଲ୍ଭୁଷଣ ଜାଦବ ଏବଂ ଅଫଜଲ୍ ଗୁରୁ ଭିତରେ ପ୍ରଭେଦ ଜଣା ପଡୁନି । ସେଇଠୁ ତାଙ୍କ ବନ୍ଧୁତାକୁ ଛାଡିଦେଲି ।

ଆଜି ଏକ ବନ୍ଧୁ ପ୍ରଶ୍ନ ଉଠାଉଥିଲେ କି କିପରି ଜାଣିଲେ ଯେ ଖଲିଦ୍ ଏବଂ କହ୍ନେୟା ଭାରତ ଭାଙ୍ଗ ବୋଲି ସ୍ଲୋଗାନ୍ ଦେଉଥିଲେ ! ହୋଇପାରେ କିଛି ରାଷ୍ଟ୍ରବାଦୀ ନେତା ଏହି ସ୍ଲୋଗାନ୍ ଲଗାଇ ଥାଇପାରନ୍ତି, କିମ୍ବା ସରକାର ଓ ଆଇବି ଅଧିକାରୀ ବି ଲଗାଇ ଥାଇପାରନ୍ତି । କେମିତି କହୁଛନ୍ତି ଯେ ବାମପନ୍ଥୀ ଲୋକମାନେ ଗଦ୍ଧାରବୋଲି ! ବାମପନ୍ଥୀମାନଙ୍କ ଦୃଷ୍ଟିରେ ରାଷ୍ଟ୍ରବାଦୀ ହିଁ ଗଦ୍ଧାର ।

ସମାଜରେ ମିଥ୍ୟାର ପ୍ରଚାର ପ୍ରସାର କରି ବାବାମପନ୍ଥୀଙ୍କର ଆଉ ଏକ ଅସ୍ତ୍ର । କଥା କେତେବି ସ୍ପଷ୍ଟ ହେଉ ନା କାହିଁକି, ଏମାନେ ନିଜର ବୁଦ୍ଧିବଳ କପଟ ଏବଂ କୁତର୍କଛଳ ଦ୍ୱାରା ଏମିତି ଭାଷଣ ମାରିବେ ଯାହା ଫଳରେ ସତ୍ୟ ଲୁଚିଯିବ ।

ଗୋଟିଏ ଗାଁରେ ଗୋଟିଏ ଚୋର ପଶିଥିଲା । ସେ ଚୋରିକରି ପୂର୍ବଦିଗକୁ ଦୌଡିଲା । ଯେତେବେଳେ ସମସ୍ତ ଗ୍ରାମବାସୀ ତା ପଛରେ ପୂର୍ବ ମୁହାଁହୋଇ ଦୌଡୁଥିଲେ, ଠିକ୍ ସେତିକିବେଳେ ଅନ୍ୟଜଣେ ଚୋର ଜୋରଜୋରରେ ଚୋରଚୋର ବୋଲି ଚିତ୍କାର କରି ପଶ୍ଚିମଦିଗକୁ ଦୌଡିଦୌଡି ଲୋକଙ୍କୁ କହିଲା, ଆପଣ କେମିତି ଜାଣିଲେ ଯେ ଯିଏ ପୂର୍ବଦିଗକୁ ଦୌଡୁଛି ସେହି ଚୋର ବୋଲି ! ହୋଇପାରେ ଚୋର ପଶ୍ଚିମଦିଗ ଆଡକୁ ଦୌଡିଦୌଡି ପଳାଉ ଥାଇପାରେ ।

ପୂର୍ବର ବାମପନ୍ଥୀ ଡକାୟତ୍ ଥିଲେ । ସେମାନେ ମୁଣ୍ଡରେ ପଗଡି ବାନ୍ଧି, ମୁହଁରେ ଦାଢୀ ବଢେଇ, କାନ୍ଧରେ ବନ୍ଧୁକ ରଖି ଆସୁଥିଲେ । ଗାଁ ମଝିରେ ପହଞ୍ଚି ଉପରକୁ ଫାଙ୍କା ଗୁଳି ଚାଳନା କରୁଥିଲେ ଏବଂ ଘୋଷଣା କରୁଥିଲେ ଯେ ଡକାୟତ ଆସିଗଲେ । କିନ୍ତୁ ନୂଆ ବାମପନ୍ଥୀ ମାନେ ଚୋର, କିନ୍ତୁ ଏମାନେ ବି ତାଙ୍କପରି ଦଳଗତ ଭାବରେ କାମ କରୁଛନ୍ତି । ଯଦି କୌଣସି ଚୋରକୁ ଲୋକମାନେ ଧରିବାକୁ ପୂର୍ବଦିଗ ଆଡକୁ ଦୌଡୁଛନ୍ତି ତେବେ ଅନ୍ୟଚୋର ପରି ଜଣେ ପଶ୍ଚିମଦିଗକୁ ଦୌଡିବାକୁ କହି ଲୋକମାନଙ୍କୁ ଭ୍ରମିତ କରୁଛି । ଏମିତି ଭ୍ରମିତ କରିବା ଲୋକ, ଯାହାର ମୁହଁ ପୁରା ଗାଁ ଲୋକଙ୍କ ଠାରୁ ବିପରିତ ଦିଗକୁ, ସେହି ହିଁ ବାମପନ୍ଥୀ । ସିଏ ଏକ ଚୋର, ତାକୁ ଧରିକି ବାଡେଇ ପାରିଲେ ଭଲ, ନହେଲେ ଅତି କମରେ ତାର ଗତିବିଧି ଉପରେ ନଜର ରଖ । କାରଣ ସିଏ ତୁମଘରେ ପଶିବାକୁ ଚେଷ୍ଟା କରୁନି ତ !

“ସିଣ୍ଡୋ୍ରମ୍” ଶଦ୍ଧ ତ ଶୁଣିଥିବେ, ଯେପରି ଏଡ୍‌ସର ପୁରା ନାଁ – “ଆକ୍ୱାୟାର୍ଡ ଇମ୍ୟୁନ୍ ଡେଫିସିଏନ୍ସି ସିଣ୍ଡୋ୍ରମ” ଆଉରି ବି ଶୁଣିଥିବେ ଡାଉନ୍ସ୍ ସିଣ୍ଡୋ୍ରମ୍ ଏବଂ ଏଡିସନ୍ ସିଣ୍ଡୋ୍ରମ୍ ଇତ୍ୟାଦି ।

ସିଣ୍ଡୋ୍ରମ୍ ଶବ୍ଦର ଅର୍ଥ କ’ଣ ? ସଂକେତ ଏବଂ ଲକ୍ଷଣର ସମାହାର, ଯାହାକି ଏକାସାଙ୍ଗରେ କୌଣସି ରୋଗରେ ଦେଖାଯାଏ । ଯେମିତି ଡାଉନ୍ସ ସିଣ୍ଡୋ୍ରମ୍ର ଉଦାହରଣ ନିଅନ୍ତୁ, ଆପଣ ଚେହାରା ଦେଖି କି ଜାଣିଯିବେ କି ଏ ଛୁଆର ଡାଉନ୍ସ ସିଣ୍ଡୋ୍ରମ୍ ରୋଗ ଅଛି । ଗୋଲ ଚେହେରା, ଚେପଟା ନାକ, ଛୋଟଛୋଟ ମେଙ୍ଗାଲିୟାନ୍ ଆଖି, ବଡ ଜିଭ । ଯଦି ଆପଣ ଆପେ ଆପେ ଡାଉନ୍ସ ସିଣ୍ଡୋ୍ରମ୍ ଛୁଆକୁ ସହଜରେ ଚିହ୍ନି ପାରୁଛନ୍ତି, ଆପଣ ଅନେକ କିଛି ନିଜେନିଜେ ଜାଣି ପାରିବେ । ଯେମିତି ଆପଣ ଜାଣିପରୁଛନ୍ତି ଯେ ସେ ଛୁଆର ମନ୍ଦବୁଦ୍ଧି, ମସ୍ତିଷ୍କ ଉର୍ବର ନୁହେଁ, ପ୍ରାୟ ଶାନ୍ତ ଏବଂ ସଂଗୀତ ପ୍ରେମି ହୋଇଥିବେ, କିନ୍ତୁ ତାଙ୍କ ଭିତରେ ଏଡିଏଚ୍ଡି ବା ଆର୍ଟିଜିମ୍ ବି ବେଳେବେଳେ ଦେଖାଯାଏ । ଆପଣ ଜାଣନ୍ତି କି ତା’ଙ୍କ ହାତରେ ଗୋଟିଏ ରେଖା, ଛୋଟ ଛୋଟ ଆଙ୍ଗୁଠି, ହୃଦୟର ଧମନି ଏବଂ କୋଷିକା ବିକୃତ ଇତ୍ୟାଦି ଆପଣ ଚେହେରା ଦେଖି ସବୁ ଜାଣି ରୋଗ ବିଷୟରେ ଜାଣୁଛନ୍ତି ଏବଂ ଆଉରି ଅନେକ କଥା ଆପଣ ଜାଣି ପାରୁଛନ୍ତି ଯାହା ଆପଣ ଏବେ ଦେଖି ନାହାନ୍ତି । ଆପଣ ଇଏ ବି ଜାଣନ୍ତି କି ତା’ ଭିତରେ ୨୧ତମ କ୍ରୋମୋଜୋମ୍ ସଂଖ୍ୟା ଦୁଇଟା ବଦଳରେ ତିନିଟା ଅଛି ।

ବାମପନ୍ଥ ଠିକ୍ ଏହିପରି । ବାମପନ୍ଥ ସିଣ୍ଡ୍ରୋମିକ୍ ଅଟେ । ଆପଣଙ୍କୁ ଗୋଟିଏ ଦେଖାଗଲେ ଆପଣ ଅନ୍ୟଟି ଖୋଜି ପାରିବେ । ଯଦି ଆପଣଙ୍କୁ କେହି ଜଣେ ‘ଜନବାଦ’, ‘ଶୋଷଣ’, ‘ପୁଂଜିପତିଙ୍କ ଷଡଯନ୍ତ୍ର’ ପରି କେତେକ ଶବ୍ଦ କହୁଛି ତେବେ ବୁଝିନେବେ ପଚରାଉଚରା କଲାପରେ ଆଉକିଛି ମିଳିବ । ନାରୀ ଅଧିକାର, ଅଳ୍ପସଂଖ୍ୟକ ଉପରେ ଅତ୍ୟାଚାର, ଯୁଦ୍ଧର ଭୟଙ୍କର ପରିଣାମ, ଦେଶର ଆଶା ଓ ଆକାଂକ୍ଷା ପରି ଅନେକ କିଛି ତା’ଠାରୁ ଶୁଣିବେ । ସିରିୟାର ଛୁଆଙ୍କ କାନ୍ଦ, ବିଶ୍ୱ ଉତ୍ତାପର କ୍ରମାଗତ ବୃଦ୍ଧିର ଚିନ୍ତା, ମଦର ଟେରେସା ମୂର୍ତ୍ତି, ସମଲିଙ୍ଗି ମୈଥୁନକୁ ସମର୍ଥନ, ମୋଦି ଏବଂ ଟ୍ରମ୍ପର ବିରୋଧ, ଅନ୍ତରରେ ଲୁଚିଥିବା ହିନ୍ଦୁଧର୍ମ ପ୍ରତି ଗଭିର ଘୃଣା, ରାଷ୍ଟ୍ରଦ୍ରୋହୀ ଏବଂ ଜିହାଦୀଙ୍କ ପାଇଁ ସହାନୁଭୁତି, କେକ୍‌ର ଉପର ଆଇସ୍କ୍ରିମ୍ ପରିକା ପର୍ଯ୍ୟାବରଣ ଚିନ୍ତା, ପଶୁମାନଙ୍କ ପ୍ରତି ଅପାର କରୁଣା, କମ୍ଜୋର ଏବଂ ଶୋଷିତଙ୍କ ଅଧିକାର ପାଇଁ ଲଢେଇ, ଛୁଆଙ୍କ ଭବିଷ୍ୟତ ସୁରକ୍ଷାପାଇଁ ଦରଦ ଆଦି ଅନେକ ସମସ୍ୟା ପ୍ରତି ଆନ୍ତରିକତା ଦେଖିପାରନ୍ତି । ସମାଧାନର କଥା ଆରମ୍ଭ କଲାମାତ୍ରେ, ତୁରନ୍ତ ଆପଣକୁ ଫାଶୀବାଦର ଗନ୍ଧ ଆସିବାକୁ ଲାଗିବ ।

ଏମାନଙ୍କ ଭିତରେ କିଛିଲୋକ ନିଷ୍କପଟ ଏବଂ ସାହାଯ୍ୟକାରୀ ମନସହ ଭଲ ବି ଅଛନ୍ତି । ୟାଙ୍କୁ ମୁଁ “ବ୍ଲିଡିଂ ହାର୍ଟ ସିଣ୍ଡୋ୍ରମ୍” କହେ । ମୁଖ୍ୟତଃ ଅଳ୍ପବୁଦ୍ଧି ଏବଂ ଗଭୀର ସମ୍ବେଦନଶୀଳ ଝିଅମାନଙ୍କୁ ଯାହାର ତାଳୁରୁ ତଳିପା ଯାଏଁ ହୃଦୟ ହିଁ ହୃଦୟ, ମସ୍ତିଷ୍କ ପାଇଁ ଶରୀରରେ ଟିକିଏ ବି ଜାଗା ଖାଲି ନାହିଁ ।

ପୁରା ବିକସିତ ବାମପନ୍ଥ ଲକ୍ଷଣ ବହୁତ ବିଷାକ୍ତ ଏବଂ ବିପଦପୂର୍ଣ୍ଣ । ସେମାନଙ୍କ ଭିତରେ ହିନ୍ଦୁଧର୍ମ ପ୍ରତି ଘୃଣା ଏବଂ ଦେଶ ପ୍ରତି ଦ୍ରୋହ ବହୁତ ଗଭୀର । ଏମାନଙ୍କ ଭିତରେ ଦଳିତହିତ ଚିନ୍ତକ ବେଶୀ ମିଳିବେ, ଆଜି ଏମାନଙ୍କ ସାଙ୍ଗରେ ଜାଠ ହିତକାରୀ ଏବଂ ପଟେଲ୍ ହିତକାରୀ ବି ମିଶିଗଲେଣି । ଖଲିସ୍ଥାନୀ ଚିନ୍ତନର ବ୍ୟକ୍ତିମାନେ ବି ଏମାନଙ୍କର ଭାଇବନ୍ଧୁ କୁଟୁମ୍ବ ଲାଗିବେ । ଦଳିତମାନଙ୍କ ଚିନ୍ତାରେ ଝଡିଝଡି ଶୁଖିଯାଉଥିବା ବ୍ରାହ୍ମଣ ଓ ଭୂମିହାର ଲୋକମାନେ ବେଶି ଉତ୍ତର ପ୍ରଦେଶ ଏବଂ ବିହାରରେ ମିଳିବେ, ଯେଉଁମାନଙ୍କ ପାଖରେ ମୁଖ୍ୟ ଲକ୍ଷଣ ମୋଦୀ ବିରୋଧ ଦେଖିବାକୁ ପାଇବେ ।

ଯଦି ଆପଣଙ୍କୁ ୨୦୧୨-୧୩ ମସିହାରେ ଅରବିନ୍ଦ କେଜରିୱାଲ୍ ସଚ୍ଚୋଟ ଏବଂ ଦକ୍ଷ ଲାଗୁଥିଲେ, ତେବେ ଏହାର ମୂଳ କାରଣ ଆପଣ ତା’ଙ୍କ ଭିତରେ ଲୁଚିଥିବା ବାମପନ୍ଥୀକୁ ଚିହ୍ନି ପାରିନଥିଲେ । ଏନ୍ଜିଓ ଧନ୍ଦାରେ ଲାଗିଥିବା ଲୋକ, ଆଇଆଇଟି ପାଠୁଆ, ଅପସରପ୍ରାପ୍ତ ଆଇଏସ୍, ସମାଜସେବୀ ଆଇଏସ୍ ମାନଙ୍କର ଗୃହିଣୀ ଏବଂ ସାମାଜିକ ସରକାରୀ ପତ୍ରକାର ମାନଙ୍କ ଭିତରେ ସହଜ ବାମପନ୍ଥୀ ଲକ୍ଷଣର ପ୍ରଭାବ ଦେଖାଯାଇଥାଏ ।

ମୂଳବିଷୟ ହେଲା ବାମପନ୍ଥୀଙ୍କର ଲକ୍ଷଣ ଚିହ୍ନିବା, ରାଜନୀତିରେ ତ ଆତ୍ମଘୋଷିତ ବାମପନ୍ଥୀମାନଙ୍କର ଆମେ ଶଲ୍ୟଚିକିତ୍ସା କରିଦେଲେ, କିନ୍ତୁ ଏବେ ସେମାନଙ୍କୁ ସାହିତ୍ୟ, କଳା, ସମାଜସେବା, ପତ୍ରକାରିତା, ଶିକ୍ଷା ସଂସ୍ଥାମାନଙ୍କରେ ଚିହ୍ନିବା ଜରୁରୀ । ତେଣୁ ଯେଉଁଠି ଆପଣଙ୍କୁ କେହି ଦଳିତଙ୍କ ଶୁଭକାଂକ୍ଷୀ, ଅନ୍ୟାୟ ଓ ଅତ୍ୟାଚାର ଉପରେ ଭାଷଣ ଦେବାବାଲା ମିଳେ ତେବେ ଏହି ରକ୍ତଲୁହ ଗଡାଉଥିବା ଲୋକ ଏବଂ ବ୍ଲିଡିଂ ହାର୍ଟ ସିଣ୍ଡୋ୍ରମ୍ ଥିବା ବ୍ୟକ୍ତି ମାନଙ୍କ ଭିତରେ ଅନ୍ୟସବୁ ଲକ୍ଷଣ ଖୋଜନ୍ତୁ, କାରଣ ପ୍ରଥମେ ପରୀକ୍ଷା ଓ ପରେ ଚିକିତ୍ସା ।

ପରବର୍ତ୍ତୀ ପ୍ରମୁଖ ବିଷୟ
୩. ବାମପନ୍ଥର ଗଡ : ଆମେରିକା

ଲୋକପ୍ରିୟ ଲେଖା

To Top