ଲେଖିବାର ସ୍ପୃହା ନାହିଁ
ଜାଣେନା ଏ ମନ
ଲେଖି ଚାଲେ କାହା ପାଇଁ,
କାଗଜର ଛାତିରେ ପ୍ରେମର ବରଷା ପାଇ
ଲଟେଇଛି କବିତାର ଲମ୍ୱା ଲମ୍ୱା ଲତା
ଏଇ ତ ସେଇ ଦୀର୍ଘ କବିତା
ଖାସ୍ ମଧୁସ୍ମିତା ପାଇଁ ।
ମୁଁ କହେ କି ନ କୁହେ
ତୁମେ ବୁଝି ଯାଅ,
ମୁଁ ଲେଖେ କି ନ ଲେଖେ
ତୁମେ ପଢ଼ି ଚାଲ,
ଏ ସବୁ ତୁମର
ତୁମେ ମୋ ନିଜର
ଏବେ କାହିଁ ମନା କର
ଏ ସକାଳ ନୁହଁଇ ତୁମର ।
ଯାହା ମୁଁ ଆଣିଥିଲି ଅତି ଯତ୍ନରେ
ଯେଉଁ ସ୍ୱପ୍ନ ମୁଁ ଆଙ୍କିଥିଲି ଏ କବିତାରେ
ଏଇ ତ ସବୁ ଇତି କଥା
ଏଇ ସେ ଦୀର୍ଘ କବିତା
ତୁମ ମନ ମଣିଷର. . . ।