ଶୀତ ସକାଳର କୁହୁଡି ମେଳାରେ
ଦେଖା ହେଇଥିଲ ଦିନେ ତୁମେ
ପ୍ରଥମ ଦେଖାରେ କରି ଆପଣାର
ସବୁଦିନ ରହିଗଲ ମୋ ହୃଦୟ ଆଇନାରେ . . .
ହାଥ ଧରି ଯିଏ ଚାଲୁଥିଲା ବାଟ
ଭୃକ୍ଷେପ ନକରି ଆଉ କାହାକୁ
କେଉଁ କାମିନୀର ସ୍ପର୍ଶ ପାଇଁ ଆଜି
ଭାଙ୍ଗି ଦେଲ ମୋର ଏଇ ହୃଦୟ ଆଇନାକୁ…
ମୋ ସ୍ଵପ୍ନର ମହଲ ଭାଙ୍ଗି ଦେଲ ତୁମେ
ପ୍ରତାରଣା ପବନରେ
କେଉଁ କାମିନୀର ମଧୁ ମୂର୍ଚ୍ଛନା ରେ
ଲିଭାଇଲ ଆଶା ମୋ ହୃଦୟ ଆଇନାରେ …
ତୁମୋ ପାଇଁ ନୀତି ଦେଖୁଥିଲି ସ୍ଵପ୍ନ
ସାଜିଲ ତୁମେ ଆଜି ସ୍ୱାର୍ଥପର
ମୋ ପ୍ରେମକୁ ଆଜି ମିଛ ଆଖ୍ୟା ଦେଇ
ଚାଲିଗଲ ବହୁଦୂର …
ତୁମୋ ପାଇଁ ମୁଁ ଯେ ଖେଳନାଟେ ଥିଲି
ଖେଳିଚାଲିଗଲ ତୁମେ
ସେଦିନର ସ୍ମୃତି ସବୁ ସାଇତି ରଖିଛି
ମୋ ହୃଦୟ ଆଇନାରେ …
