କବିତା

ମୋ ସ୍ୱପ୍ନରେ ତମେ

Mo Swapnare Tame an odia poem by Dr Nilamadhab Kar

ମୋ ସ୍ୱପ୍ନ ସବୁ
ରୂପ ନିଏ
ତମ ଦେହ ଅଗଣାରେ
ସଜେଇ ତମକୁ
ନାଲି ନୀଳ ଓଢ଼ଣା ଜରିରେ ।

ମୋ ସ୍ୱପ୍ନରେ ତମେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୋ ସ୍ୱପ୍ନ ସବୁ
ତମଠୁ ଆରମ୍ଭ ହୁଏ
ବା
ଛିଡ଼ି ଯାଏ ତମଠି ।

ମୋ ସ୍ୱପ୍ନ ସବୁ
ରୂପ ନିଏ
ତମ ଦେହ ଅଗଣାରେ
ସଜେଇ ତମକୁ
ନାଲି ନୀଳ ଓଢ଼ଣା ଜରିରେ ।

ମୋ ସ୍ୱପ୍ନ ସବୁ
ସଜାହୁଏ
ତମ ମନ ରଙ୍ଗ ଓ ରୂପରେ
ମୋ ସ୍ୱପ୍ନର ଅବୟବ ପାଇଁ
ତମ ମନ ଗର୍ଭ ଲୋଡ଼ାହୁଏ ।

ମୋର ଏତେ ସ୍ୱପ୍ନ ପାଇଁ
ରାତି କ’ଣ ଅଣ୍ଟେ
ତମ ପାଇଁ
ଦି’ପହର ଖରାବେଳେ
ଆଖି ବୁଜି ମନଇଚ୍ଛା
ସ୍ୱପ୍ନ ସବୁ
ଦେଖିବାକୁ ହୁଏ ।

1 Comment

1 Comment

  1. manoj kumar jena

    September 28, 2017 at 8:55 am

    Nice

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top