ମୁଁ ଏମିତିକା ଏକ ବନ୍ଦ କୋଠରୀରୁ
ତମକୁ ଦେଖିଲା ବେଳେ, ମୋର ମନେ ହୁଏ
ଭୂମା ତମେ ରହି ଅଛ ପୁରି, ମୋ ଚାରିଆଡ଼େ
ଆବୋରି ମୋ ଚିନ୍ତା ଓ ଚେତନା
ସତ୍ତା, ଆଉ ଇହ-ପରକାଳ …
ସେଠି ମଳୟ ବା ଝଡ଼ ଆସୁ
ଯାହା ଆସୁ, ସେ କିନ୍ତୁ ତମ ଅଧୀନରେ
ଚିରଦିନ, ଏଇମିତି ମୋ ପରି ବନ୍ଧା ପଡ଼ିଥାଉ
ଝଡ଼ ସବୁ ଶାନ୍ତ ହୋଇ ମଳୟ ବରଷୁ
ମଳୟର ଝଡ଼ ଆସି ବସନ୍ତ ବିରାଜୁ