ଜନମ ଥିଲେ ମରଣ ନିଶ୍ଚୟ
ମୃତ୍ୟୁ ସତ୍ୟ ଚିରନ୍ତନ
ଜନମ ନଥାଈ ମରଣ ଯେଉଠି
ସିଏ ବା କି ଜୀବନ ।। ।।
ମୃତ୍ୟୁ ପରିଭାଷା ବଦଳିଛି ଆଜି
ଜୀବନ ଖେଳରେ ସିଏ ମାରେ ବାଜି ।।
ଜୀବନ ପଥରେ ମରଣ ଆସଇ
ଜାଣେ ସାରା ଜଗତ
ଜନମ ପଥରେ ମରଣ ଆସଇ
ଜଗତେ ନୂତନ ସତ ।। ।।
ବୀର ଟିଏ ମରେ ଥରଟିଏ ଜାଣ
ଭୀରୁ ମରେ ବାର ବାର
ଭ୍ରୁଣଟିଏ ମରେ ଜନମ ପୂର୍ବରୁ
କେ ଦେବ ଉତ୍ତର ତାର ।। ।।
ଜନମ ମରଣ ଯଦି ନିୟତୀ ହାତରେ
କନ୍ୟା ଭ୍ରୁଣ ମରେ- କାହା ଇଙ୍ଗିତରେ ।। ।।