ଶେଷକୁ ସେଇ ମାନେ କାନ୍ଦିବେ
ଯେଉଁ ମାନେ ଆରମ୍ଭ ଦେଖିଛନ୍ତି ।
ରାତିର ଅନ୍ଧାରକୁ ଭୁଲିବାକୁ ଚେଷ୍ଟା କରିବେ ସେଇମାନେ
ଯିଏ ଦିନକୁ ପାଖରୁ ଦେଖିଛନ୍ତି ।
କିଛିଟାଏ ଆରମ୍ଭ ଦେଖିସାରି
ଶେଷ ଦେଖିବାକୁ ଆଖି ଚାହେଁନା ।
ତୁମେ ମୋ କବିତାର ଆରମ୍ଭ କରିଛ
ମୋ କବିତା ଜନ୍ମ ନେଇଛି
ତୁମ ଓଠରୁ, ତୁମ ହସରୁ ,
ତୁମ ଗଜରାରୁ, ତୁମ ପାଦର ଘୁଙ୍ଗୁରରୁ ।
ସେଇଥି ପାଇଁ ତ ‘
ତୁମେ ସବୁଦିନ ସେମତି ଥାଅ ବୋଲି
ମୁଁ ଅନେକ ଥର କହିଛି ।
ତୁମ ପରେ
ମୁଁ ବା କାହିଁକି କବିତା ଲେଖିବି
ଆଉ କାହା ପାଇଁ,
ଆଜି କିନ୍ତୁ ମୋ କବିତା ମୋ କବିତ୍ୱ
ତୁମ ପାଇଁ
ଯାହାର ଆରମ୍ଭ ଅଛି କିନ୍ତୁ ଶେଷ ନାହିଁ ।